www.samajalive.in
Friday, December 5, 2025
20.1 C
Bhubaneswar

ଗାଜାରେ ଇସ୍ରାଏଲର ଆକ୍ରମଣ: ୪୦ ପାଲେଷ୍ଟାଇନ ନାଗରିକ ମୃତ

ଗାଜା : ବିଗତ ଚବିଶ ଘଣ୍ଟା ମଧ୍ୟରେ ଇସ୍ରାଏଲ ପକ୍ଷରୁ ଗାଜା ଉପତ୍ୟକାରେ ପ୍ରଚଣ୍ଡ ଆକ୍ରମଣ କରାଯାଇଥିବାବେଳେ ୪୦ ଜଣ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଛନ୍ତି। ଆହତ ୨୨୪ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ହମାସ ଆତଙ୍କବାଦୀ ସଂଗଠନର ମୁଖପାତ୍ର ସୂଚନା ଦେଇଛନ୍ତି। ଫଳରେ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ପ୍ରାଣ ହରାଇଥିବା ପାଲେଷ୍ଟାଇନ ନାଗରିକଙ୍କ ସଂଖ୍ୟା ୩୭,୮୩୪ ଛୁଇଁଥିବାବେଳେ ପ୍ରାୟ ୮୭ ହଜାର ଲୋକ ଆହତ ହୋଇଥିବା କୁହାଯାଇଛି। ଇସ୍ରାଏଲ ସେନା ଗାଜା ସମେତ ରାଫା ଓ ସୁଜାଇୟା ସହର ଉପରେ ମଧ୍ୟ ଆକ୍ରମଣ ଜାରି ରଖିଛି। ଆକ୍ରମଣରେ ଗାଜା ସହର ଏକପ୍ରକାର ଶ୍ମଶାନରେ ପରିଣତ ହୋଇଥିବାବେଳେ ହମାସ୍‌ ଆତଙ୍କବାଦୀମାନେ ବର୍ତ୍ତମାନ ରାଫା ଓ ସୁଜାଇୟା ସହରକୁ ସେମାନଙ୍କର ଆଡ୍ଡାସ୍ଥଳୀ ବାଛିଛନ୍ତି। ହମାସ ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ଲକ୍ଷ୍ୟରେ ଇସ୍ରାଏଲ ପକ୍ଷରୁ ଉଭୟ ଆକାଶ ଓ ସ୍ଥଳପଥରେ ଆକ୍ରମଣ ଜାରି ରଖିଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ ହୋଇଥିବା ଆକ୍ରମଣରେ ହମାସ ସଂଗଠନର କେତେକ ତୁଙ୍ଗ କମାଣ୍ଡର ପ୍ରାଣ ହରାଇଛନ୍ତି ବୋଲି ଇସ୍ରାଏଲ ସେନା ମୁଖପାତ୍ର ଅଭିଛାୟ ଆଦ୍ରାଇ କହିଛନ୍ତି। ଏଥିସହିତ ହମାସ୍‌ ସଂଗଠନର ଏକାଧିକ ଆଡ୍ଡାସ୍ଥଳୀ ମଧ୍ୟ ଧ୍ବଂସ ପାଇଛି। ଆକ୍ରମଣ ଜାରି ରହିଥିବାରୁ ପାଲେଷ୍ଟାଇନକୁ ଆସୁଥିବା ଆନ୍ତର୍ଜାତିକ ରିଲିଫ୍‌ ସାମଗ୍ରୀ ଯଥାସ୍ଥାନରେ ପହଞ୍ଚି ପାରୁନଥିବା କୁହାଯାଇଛି। ଏପରିକି ଜଳପଥରେ ଆମେରିକାରୁ ଆସିଥିବା ରିଲିଫ ସାମଗ୍ରୀ ବୋଝେଇ ଜାହାଜ ମଧ୍ୟ ପ୍ରତିକୂଳ ପାଣିପାଗ ଯୋଗୁଁ ସମୁଦ୍ରରେ ଫସିଯାଇଥିବା ଜଣାପଡିଛି। ଯୁଦ୍ଧ ବନ୍ଦ କରିବାକୁ ଜାତିସଂଘ ସମେତ ବିଭିନ୍ନ ରାଷ୍ଟ୍ରରୁ ଚାପ ପଡୁଥିଲେ ସୁଦ୍ଧା ଇସ୍ରାଏଲ ଏଥିପ୍ରତି କର୍ଣ୍ଣପାତ କରୁନାହିଁ। ହମାସ ସଂଗଠନକୁ ମୂଳପୋଛ କରିବା ପର୍ଯ୍ୟନ୍ତ ଯୁଦ୍ଧ ଅବ୍ୟାହତ ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories