www.samajalive.in
Monday, December 8, 2025
14.1 C
Bhubaneswar

ଜଙ୍ଗଲକୁ ଫେରିଲା ବାଟବଣା ଦନ୍ତା , ଆଶ୍ଵସ୍ତ ଅଞ୍ଚଳବାସୀ

ଜି.ଉଦୟଗିରି : ଦୀର୍ଘ ୪୪ ଦିନ ପରେ ୨୫ଟିକିଆ ହାତୀପଲ ଏବେ ଜି ଉଦୟଗିରି ବନାଞ୍ଚଳ ଛାଡି ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ୨୫ଟିକିଆ ହାତୀପଲରୁ ୨୪ଟି ହାତୀ ପଳାଇ ଥିବାବେଳେ ଗୋଟିଏ ଦନ୍ତା ବାଟବଣା ହୋଇ ରହିଯାଇଥିଲା। ଶନିବାର ଭୋରରେ ଜି ଉଦୟଗିରି ବନ୍ୟାଞ୍ଚଳ ର ସମସ୍ତ ବନପାଳ, ବନରକ୍ଷୀ ଓ ଗ୍ରାମବାସୀ ଙ୍କ ସହଯୋଗରେ ହାତୀଟିକୁ ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି। ୨୫ ଟିକିଆ ହାତୀପଲ ରୁ ଗୋଟିଏ ଦନ୍ତା ବାଟ ବଣା ହୋଇ ରହିଯାଇଥିବାରୁ ନିଜ ଦଳକୁ ନପାଇ ଉପଦ୍ରବ କରିବା ସହ କିଛି ଘର ଭାଙ୍ଗି ଦେଇଥିବାବେଳେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିଲେ।  ବର୍ତମାନ ଦନ୍ତା ଫେରିଯିବା ଫଳରେ ଅଞ୍ଚଳବାସୀମାନେ ଟିକିଏ ଆଶ୍ୱସ୍ତି ଅନୁଭବ କରିଛନ୍ତି। ଗତ ବର୍ଷ ମଧ୍ୟ ୧୮ ତିକିଆ ହାତୀପଲ ଦୀର୍ଘ ୧୨-୧୫ ଦିନ ଧରି ଉପଦ୍ରବ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories