www.samajalive.in
Friday, December 5, 2025
20.1 C
Bhubaneswar

ମହିଳା ଓ ଶିଶୁଙ୍କୁ ମାଡ଼ ଘଟଣା: ଭଦ୍ରକ ଏସ୍‌ପିଙ୍କୁ ରିପୋର୍ଟ ତଲବ

ଭଦ୍ରକ : ଚାନ୍ଦବାଲି ଥାନା ପୁଲିସ ମହିଳା ଓ ଶିଶୁଙ୍କୁ ମାଡ଼ ମାରିବା ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି) ଭଦ୍ରକ ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆସନ୍ତା ଜୁଲାଇ ୩୦ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗ ନିର୍ଦେଶ ଦେଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛ, ତାହା ଜଣାଇବାକୁ ରିପୋର୍ଟରେ କୁହାଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ମାନବାଧିକାରକର୍ମୀ ପ୍ରଦୀପ୍ତ କୁମାର ନାୟକ ଓଏଚ୍ଆରସିଙ୍କ ନିକଟରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଆୟୋଗ ଏହି ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ୱିତ କରାଯାଇଛି। ସୂଚନାଯୋଗ୍ୟ, ଭଦ୍ରକ ଜିଲା ଚାନ୍ଦବାଲି ଥାନା ସମ୍ମୁଖରେ ଗତ ୨୫ ତାରିଖ ସନ୍ଧ୍ୟାରେ ମହିଳାଙ୍କୁ ଘୋଷାଡ଼ି ନେଇଥିବା ଜଣେ କନ‌େ‌ଷ୍ଟବଳ, ଜଣେ ଏଏସ୍‌ଆଇ ଏବଂ ଜଣେ ଗୃହରକ୍ଷୀଙ୍କୁ ଜିଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ମହିଳା ପୁଲିସ କର୍ମଚାରୀଙ୍କ ବଦଳରେ ପୁରୁଷ କର୍ମଚାରୀ ତାଙ୍କୁ ଘୋଷାଡ଼ି ନେଉଥିବା ଭିଡ଼ିଓ ପ୍ରଘଟ ହେବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣାରେ ଚାନ୍ଦବାଲି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories