www.samajalive.in
Sunday, December 7, 2025
23.1 C
Bhubaneswar

ବୋଇଂ ଷ୍ଟାରଲାଇନର୍‌ରେ ସୁଧୁରୁନି ଯାନ୍ତ୍ରିକ ତ୍ରୁଟି, ସୁନିତାଙ୍କ ଫେରିବା ନେଇ ଅନିଶ୍ଚିତତା

ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ତାଙ୍କର ସହଯୋଗୀ ବଚ୍‌ ୱିଲମୋର ଚଳିତମାସ ୫ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସ୍‌ରେ ୯ ଦିନ ରହିବା ପରେ ଜୁନ ୧୪ରେ ସୁନିତା ପୃଥିବୀ ପୃଷ୍ଠକୁ ଫେରିବା କଥା। ତେବେ ବୋଇଂ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ସୁନିତାଙ୍କ ଫେରିବା ଏବେମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ଜୁନ୍‌ ୨୬ରେ ସୁନିତା ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଥିଲା। ତେବେ ଷ୍ଟାରଲାଇନର୍‌ରେ ହିଲିୟମ୍‌ ଲିକ୍‌ ଦେଖାଦେଇଛି। ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନିମନ୍ତେ ଷ୍ଟାରଲାଇନରରେ ଅତିକମରେ ୧୪ଟି ଥ୍ରଷ୍ଟରର ଆବଶ୍ୟକତା ରହିଛି ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ବର୍ତ୍ତମାନ ଆଇଏସଏସ୍‌ରେ ସୁନିତା ଓ ବଚ୍‌ ୱିଲମୋରଙ୍କ ବ୍ୟତୀତ ଅନ୍ୟ ୭ ଜଣ ମହାକାଶଚାରୀ ଅବସ୍ଥାନ କରୁଛନ୍ତି। ସେମାନେ ସୁରକ୍ଷିତ ଥିବାବେଳେ ଆଇଏସଏସ ସହ ସଂଯୁକ୍ତ ହୋଇଥିବା ଷ୍ଟାରଲାଇନର ମଧ୍ୟ ସ୍ବାଭାବିକଭାବେ କାର୍ଯ୍ୟ କରୁଛି। ତେବେ ପୃଥିବୀକୁ ଫେରିବା ନିମନ୍ତେ ଷ୍ଟାରଲାଇନରେ ଥିବା ଇନ୍ଧନ କ୍ରମଶଃ ଶେଷ ହୋଇ ଆସୁଛି। ତେଣୁ କୌଣସି ଜରୁରୀ ପରିସ୍ଥିତି ଉପୁଜିବା ପୂର୍ବରୁ ଏହି ତ୍ରୁଟିଗୁଡିକୁ କିପରି ସୁଧାରି ହେବ, ସେଥିନେଇ ନାସା ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଅହରାତ୍ର ପରିଶ୍ରମ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ମହାକାଶକୁ ଯିବା ପୂର୍ବରୁ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାର ଉତ୍‌କ୍ଷେପଣକୁ ଦୁଇ ଥର ସ୍ଥଗିତ ରଖିବାକୁ ପଡିଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories