www.samajalive.in
Sunday, December 14, 2025
14.1 C
Bhubaneswar

ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ଗଳୁଛି ପାଣି। ବର୍ଷା ହେବା ପରେ ମନ୍ଦିର ଛାତରୁ ପାରି ଲିକ୍ ହେଉଛି। ପାଣି ବାହାର କରିବାକୁ କୌଣସି ବ୍ୟବସ୍ଥା ବି ନାହିଁ। ଚଳିତବର୍ଷ ଜାନୁଆରୀ ୨୨ ତାରିଖରେ  ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହାକୁ ୬ ମାସ ପୂରିଥିବା ବେଳେ ଛାତରୁ ପାଣି ଗଳିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଏହ ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ । ସେ କହିଛନ୍ତି ପ୍ରଥମ ବର୍ଷା ପରେ ରାମ ମନ୍ଦିରର ଛାତରୁ ପାଣି ଲିକ୍ ହେବା ଆରମ୍ଭ ହୋଇଛି। ଯେଉଁଠି ରାମ ଲାଲାଙ୍କ ମୂର୍ତ୍ତି ରଖାଯାଇଛି, ସେହି ନିକଟରେ ଛାତରୁ ପାଣି ଗଳୁଛି। ସେହିପରି ୨୦୨୫ ସୁଦ୍ଧା ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସ। ସେହିପରି ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ମଧ୍ୟ ମନ୍ଦିରର ପ୍ରଥମ ମହଲାରୁ ବର୍ଷା ପାଣି ଲିକ୍ ହେଉଥିବା ସ୍ପଷ୍ଟ କରିଛନ୍ତି। ଛାତ ମରାମତି ଏବଂ ପାଣି ନିଷ୍କାସନ ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି। ଶିଖର ନିର୍ମାଣ ସରିଲେ ସେହି ସ୍ଥାନ ନିବୁଜ ହେବ ବୋଲି କହିଛନ୍ତି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories