www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ରାଜ୍ୟବ୍ୟାପୀ ବିଜେପି ପାଳିବ କଳାଦିବସ

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ରେ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଶର ଗଣତନ୍ତ୍ରକୁ ହତ୍ୟା କରିଥିଲେ। ବିରୋଧୀ ଦଳର ନେତାମାନଙ୍କୁ ବେଆଇନଭାବେ କାରାଗାରରେ ଭର୍ତ୍ତି କରିଥିଲେ। କଂଗ୍ରେସର ଏହି ଗଣତନ୍ତ୍ର ବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ଆଜି ଏହି ଦିନକୁ ବିଜେପି ରାଜ୍ୟବ୍ୟାପୀ କଳାଦିବସ ଭାବେ ପାଳନ କରିବ। ସବୁ ଜିଲାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ବିଜେପି ପକ୍ଷରୁ ସମ୍ମାନିତ କରାଯିବ। ଏଥିସହିତ ଜନସାଧାରଣଙ୍କୁ ଜରୁରୀକାଳୀନ ପରିସ୍ଥିତିର ଭୟାବହତା ସମ୍ପର୍କରେ ଅବଗତ କରାଯିବ ବୋଲି ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, କଂଗ୍ରେସ ସମ୍ବିଧାନକୁ ସର୍ବାଧିକଥର ଅପବ୍ୟବହାର କରିବା ସହ ୩୫୬ ଧାରା ଉପଯୋଗ କରି ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ କ୍ଷମତାଚ୍ୟୁତ କରିଥିବା ନଜିର ରହିଛି। ବର୍ତ୍ତମାନର କେନ୍ଦ୍ରର ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଅନେକ ଓଡ଼ିଆ ପ୍ରତିଭାମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ବିଭିନ୍ନ ବିଭାଗରେ ଅନେକ ଓଡ଼ିଆଙ୍କୁ ସର୍ବୋଚ୍ଚ ପଦରେ ଅବସ୍ଥାପିତ କରାଯାଇଛି। ଓଡ଼ିଶାର ବିକାଶକୁ ବିଜେପି ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ତାହାକୁ ସହିପାରୁନି। ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ କଂଗ୍ରେସ ଉଭୟ ଓଡ଼ିଶା ଓ ଓଡ଼ିଆ ବିରୋଧୀ ବୋଲି କହିଥିଲେ। ଜଣେ ଓଡ଼ିଆ ସାଂସଦ ଲୋକସଭାରେ କାମଚଳା ବାଚସ୍ପତିଭାବେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି। ଏହାକୁ କଂଗ୍ରେସ ନେତୃବୃନ୍ଦ ସହ୍ୟ କରିପାରୁନାହାନ୍ତି। ରାଜ୍ୟର କଂଗ୍ରେସ ନେତାମାନେ ଓଡ଼ିଶା ଏବଂ ଓଡ଼ିଆଙ୍କୁ ଭଲ ପାଇବାକୁ ଶ୍ରୀ ମଲ୍ଲିକ କହିଛନ୍ତି। ଏହି ସାମ୍ବାଦିକ ରାଜ୍ୟ ପ୍ରବକ୍ତା ହିତେଶ ମହାପାତ୍ର ଉପସ୍ଥିତ ଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories