www.samajalive.in
Saturday, December 6, 2025
26.1 C
Bhubaneswar

ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି ହେଲେ ଅତିଶୀ

ନୂଆଦିଲ୍ଲୀ : ଦିଲ୍ଲୀକୁ ଜଳ ଯୋଗାଣ ଦାବିରେ ସତ୍ୟାଗ୍ରହ ଚଳାଇଥିବା ଆପ୍‌ ନେତ୍ରୀ ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ସୋମବାର ସତ୍ୟାଗ୍ରହର ଚତୁର୍ଥ ଦିବସରେ ଅତିଶୀଙ୍କ ଶରୀର ଓଜନ ହ୍ରାସ ସହିତ ତାଙ୍କର ରକ୍ତଚାପ ମଧ୍ୟ ଦ୍ରୁତ ହ୍ରାସ ପାଉଛି। ଏହା ବିପଜ୍ଜନକ ବୋଲି ଏଲଏନଜେପି ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି। ଏଥିସହିତ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ।  ଭୋରରୁ ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ମଧ୍ୟ ରାତିରେ ଆତିଶୀଙ୍କ ଶର୍କରା ୪୩ ଥିବା ବେଳେ ଭୋର ୩ଟା ବେଳେ ତାହା ୩୬ରେ ପହଞ୍ଚି ଯାଇଥିଲା। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆପ୍‌ ପକ୍ଷରୁ ଟ୍ୱିଟ କରାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories