www.samajalive.in
Monday, December 15, 2025
17.1 C
Bhubaneswar

ବିଜେପିରେ ଯୋଗଦେଲେ କଂଗ୍ରେସ ଅନୁସୂଚିତ ଜାତି ସେଲ ସଭାପତି ଅନୁପ ତରିଆ

ସମ୍ବଲପୁର: ସମ୍ବଲପୁର ଜିଲା କଂଗ୍ରେସ କମିଟିର ଅନୂସୂଚିତ ଜାତି (ଏସସି) ସେଲ ସଭାପତି ତଥା ଯୁବ ନେତା ଅନୁପ ତରିଆ ବିଜେପିରେ ଯୋଗ ଦେଇଛନ୍ତି। ରବିବାର ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଆସି ରୋଡ୍‌‌ ଶୋ’ରେ ସାମିଲ ହେବା ପରେ ଜେଲ ଖାନା ଛକଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅନୁପ ତରିଆ ଓ ତାଙ୍କର ସାଥି ନରେଶ ମିଶ୍ର, ଅମିତ ଶର୍ମା, ସୌରଭ ପୋଦ୍ଦାରଙ୍କ ସହିତ ଶତାଧିକ ସମର୍ଥକଙ୍କ ସହିତ ଆନୁଷ୍ଠାନିକ ଭାବରେ ବିଜେପିରେ ସାମିଲ ହୋଇଛନ୍ତି। ମନ୍ତ୍ରୀ ପୂଜାରୀ ପୁଷ୍ପଗୁଚ୍ଛ ଦେଇ ତରିଆ ଓ ସାଥୀମାନଙ୍କୁ ଦଳରେ ସ୍ୱାଗତ କରିବା ସହିତ ଦଳ ଆଗାମୀ ଦିନରେ ଆହୁରୀ ସଶକ୍ତ ହେବ ବୋଲି କହିଥିଲେ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories