www.samajalive.in
Saturday, December 6, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମଥର ଜନ୍ମମାଟିକୁ ଯିବେ ମୋହନ ଚରଣ ମାଝୀ

କେନ୍ଦୁଝର: ଆଜି ନିଜ ଗାଁ କେନ୍ଦୁଝର ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳେ ପ୍ରଥମେ ରାଇକଳାରେ ଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ। ସେଠାରୁ ସେ ଝୁମ୍ପୁରା ବ୍ଲକ ଯିବେ। ବ୍ଲକ ଛକ ଠାରୁ ଦୁର୍ଗା ପଡିଆ ପର୍ଯ୍ୟନ୍ତ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ପରେ ମଧ୍ୟାହ୍ନରେ ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ। ଏଥିସହ ସାଧାରଣ ଜନତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ଵାଗତ କରିବା ପାଇଁ ରାଇକଳାରେ ଜୋରଦାର ପ୍ରସ୍ତୁତି କରାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀ ହେବା ପରେ ଆଜି ପ୍ରଥମଥର ନିଜ ଗାଁକୁ ଯାଉଥିବାରୁ ପରିବାର ଏବଂ ଗ୍ରାମବାସୀମାନେ ଖୁବ୍ ଉତ୍ସାହିତ ରହିଛନ୍ତି। ଅନ୍ୟପଟେ ରବିବାର କେନ୍ଦୁଝର ମାଆ ତାରିଣୀଙ୍କ ପୀଠକୁ ଯାଇ ୫୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଘଟଗାଁ ପୀଠକୁ ଜାତୀୟ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇଁ ରାଜ୍ୟ ସରକାର ଦାବି କରିବେ ବୋଲି ମଧ୍ୟ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories