www.samajalive.in
Saturday, December 6, 2025
16.1 C
Bhubaneswar

ଏଲଓସିରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଉରି ସେକ୍ଟର ନିକଟ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିମିନିମୟରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଉରି ସେକ୍ଟରର ଗୋହଲାନ ଅଞ୍ଚଳରେ ଶନିବାର ଦୁଇଜଣ ବ୍ୟକ୍ତିଙ୍କ ସନ୍ଦେହପୂର୍ଣ୍ଣ ଗତିବିଧିକୁ ସେନା କର୍ମଚାରୀ ଦେଖିବା ପରେ ଗୁଳି ଚଳାଇଥିଲେ। ଅପରପକ୍ଷରୁ ପାଲଟା ଗୁଳି ଚଳାଇବା ପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ମାତ୍ର ଆତଙ୍କବାଦୀ ଦ୍ବୟଙ୍କ ମୃତଦେହ ମିଳି ନଥିଲା। ତେବେ ରବିବାର ଗୋଟିଏ ଆତଙ୍କବାଦୀର ମୃତଦେହ ଜବତ କରାଯାଇଛି। ଅନ୍ୟ ଜଣଙ୍କ ମୃତଦେହ ଠାବ କରିବା ଲାଗି ସନ୍ଧାନ ଜାରି ରହିଛି। ଗତ ବୁଧବାର ବାରମୂଲାର ସୋପୁର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories