www.samajalive.in
Saturday, December 6, 2025
14.1 C
Bhubaneswar

ଦେଶୀ ମଦ ଜବତ, ୨ ଗିରଫ

ସମ୍ବଲପୁର: ବେଆଇନ ଭାବରେ ଦେଶୀ ମଦ ଚାଲାଣ ସମୟରେ ଅବକାରୀ ବିଭାଗ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ପାଟ୍ରୋଲିଂ ସମୟରେ ଠେଲକୁଲି ଥାନା ଅନ୍ତର୍ଗତ ଶ୍ରଦ୍ଧାପାଲି ଅଞ୍ଚଳରେ ସମୀର ବେହେରା ଓ ଦୁଲଣ ବସରାଙ୍କୁ ଏକ ବାଇକରେ ଯାଉଥିବା ସମୟରେ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଉକ୍ତ ବାଇକ ଜରିଆରେ ବ୍ୟକ୍ତି ଦ୍ୱୟ ୫୦ ଲିଟର ଦେଶୀ ମଦ ବେଆଇନ ଭାବରେ ଚାଲାଣ କରୁଥିବା ଦେଖିବାକୁ ମିଳିଥିଲା। ଏ ନେଇ ସମ୍ବଲପୁର ଅବକାରୀ ଥାନାର ମୋବାଇଲ ସ୍କ୍ୱାଡ୍‌‌ ପକ୍ଷରୁ ବଳବଗଳ ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରି ଦେଶୀ ମଦ ଓ ଗାଡିକୁ ଜବତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories