www.samajalive.in
Friday, December 5, 2025
20.1 C
Bhubaneswar

ରାଜସ୍ୱ ବିଭାଗ ଯଥାଶିଘ୍ର ବିନା ବାଧାରେ ତୃଣମୂଳସ୍ତରରେ ସେବା ଯୋଗାଇବାକୁ ଉଦ୍ୟମ କରିବ-ସୁରେଶ ପୂଜାରୀ

ସମ୍ବଲପୁର: ଓଡିଶା ସରକାରରେ ରାଜସ୍ୱ ମନ୍ତ୍ରୀ ରୂପେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଗସ୍ତରେ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ଶ୍ରୀପୂଜାରୀ ମନ୍ଦିରରେ ପହଞ୍ଚି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହିତ ଆର୍ଶିବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ମୋର କର୍ମଭୂମୀ ସମ୍ବଲପୁର ହୋଇଥିବା ବେଳେ ବ୍ରଜରାଜନଗର ଓ ଝାରସୁଗୁଡା ଜିଲା ମୋର ଦାୟିତ୍ୱ ଅଟେ। ମାଁ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କ ଆର୍ଶିବାଦରୁ ଏକ ପ୍ରମୁଖ ବିଭାଗର ଦାୟିତ୍ୱ ଓଡିଶାବାସୀଙ୍କ ସେବା ପାଇଁ ମିଳିଛି। ରାଜସ୍ୱ ବିଭାଗ ଯଥାଶିଘ୍ର ବିନା ବାଧାରେ ତୃଣମୂଳସ୍ତରରେ ସେବା ଯୋଗାଇବାକୁ ଉଦ୍ୟମ କରିବ। ଏକ ନୂଆ, ବିକାଶ, ସମୃଦ୍ଧ, କ୍ଷୁଧାମୁକ୍ତ, ଭୟମୁକ୍ତ ଓ ଆତ୍ମନିର୍ଭର ଓଡିଶା ଗଠନ କରିବ ବିଜେପି ସରକାର। ଏଥି ପାଇଁ କାର୍ଯ୍ୟ ଆରମ୍ଭ ହୋଇ ସାରିଛି।
ପ୍ରତ୍ୟେକ ବର୍ଷ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ବେଳେ ଆମର ସ୍ୱାଭାବିକ ପ୍ରୟାସ ରହିବ ଯେ, ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରି କ୍ଷୟକ୍ଷତିକୁ କମ କରି ସ୍ଥାୟୀ ସମାଧାନ ହୋଇ ପାରିବ, ତାହାର ଉଦ୍ୟମ କରାଯିବ। ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ଜିରୋ ଟଲରେନ୍ସ ନିତିରେ କାର୍ଯ୍ୟ ହେବ। ହୀରାକୁଦ ବୁଡି ଅଞ୍ଚଳର ୭୫ ବର୍ଷ ପରେ ଯେଉଁ ଦାବୀ ରହିଛି, ଡିସି ପଟ୍ଟା ଧାରୀ ସମସ୍ତ ପରିବାରଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯିବ। ଏକ ବିରାଟ ପଟୁଆରେ ରୋଡ ସୋ ରେ ମାଁ ସମଲେଶ୍ୱରୀ ମନ୍ଦିରରୁ ଶ୍ରୀ ପୂଜାରୀ ବାହାରି ରାମଜୀ ମନ୍ଦିର, କମଳି ବଜାର, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମ୍ୟୁନିସିପାଲିଟି ଛକ, କଚେରୀ ଛକ ଦେଇ ଜେଲଖାନା ଛକ ପର୍ଯ୍ୟନ୍ତ ଯାଇଥେôଲ। ସେଠାରେ ବୀର ସୁରେନ୍ଦ୍ର ସାଏଙ୍କୁ ମାଲ୍ୟାର୍ପଣ କରିବା ପରେ ରୋଡ ସୋ ଶେଷ ହୋଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories