www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ବାଚନ ହାରିବା ପରେ ନାଁ ବଦଳାଇଲେ ୱାଇଏସଆର ନେତା; ପୱନ କଲ୍ୟାଣଙ୍କୁ କରିଥିଲେ ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଜନସେନା ପାର୍ଟିର ମୁଖ୍ୟ ପୱନ କଲ୍ୟାଣଙ୍କୁ ପରାଜିତ ନକରିପାରିବାରୁ ନିଜ ନାମ ବଦଳାଇଲେ ପୂର୍ବତନ ମନ୍ତ୍ରୀ ମୁଦ୍ରଗଡା ପଦ୍ମନାଭମ୍‌‌। ବର୍ତ୍ତମାନ ଅଧିକାରିକ ଭାବେ ତାଙ୍କ ନାମ ମୁଦ୍ରଗଡା ପଦ୍ମନାଭମ୍‌‌ ରେଡ୍ଡୀ ହୋଇଛି। ଆନ୍ଧ୍ରପ୍ରଦେଶର ଏହି ନେତା ନିର୍ବାଚନ ସମୟରେ ଯେଉଁ ଚ୍ୟାଲେଞ୍ଜ କରିଥିଲେ ତାହାକୁ ପୁରା କରିଛନ୍ତି। ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି ହାରିବା ପରେ ନିଜ ନାମ ପରିବର୍ତ୍ତନ କରିଛନ୍ତି ଜଗନମୋହନ ରେଡ୍ଡୀଙ୍କ ଦଳର ଏହି ନେତା। ନିର୍ବାଚନ ପ୍ରଚାର ବେଳେ ମୁଦ୍ରଗଡା ପଦ୍ମନାଭମ୍‌‌ ଚ୍ୟାଲେଞ୍ଜ କରିଥିଲେ ଯେ ଯଦି ସେ ନିର୍ବାଚନ ହାରନ୍ତି ତେବେ ନିଜର ନାଁ ବଦଳାଇ ଦେବେ। ନିର୍ବାଚନ ପରେ ମୁଦ୍ରଗଡା ନିଜର ନାଁ ପରିବର୍ତ୍ତନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏସମ୍ପର୍କରେ ମୁଦ୍ରଗଡା କହିଛନ୍ତି ଯେ କେହି ମୋତେ ନାଁ ବଦଳାଇବାକୁ ଚାପ ପକାଇନାହାଁନ୍ତି। ନିଜ ଇଚ୍ଛାରେ ନାଁ ପରିବର୍ତ୍ତନ କରିଛି। ତେବେ ଜନସେନା ମୁଖ୍ୟ ପୱନ କଲ୍ୟାଣଙ୍କ ପ୍ରଂଶସକ ଯେଉଁଭଳି ଖରାପ ବ୍ୟବହାର କରୁଛନ୍ତି ତାହାକୁ ନେଇ ଅଭିଯୋଗ କରିଛନ୍ତି ପଦ୍ମନାଭମ୍‌‌ ରେଡ୍ଡୀ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories