www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ବାଚନ ଜିତିବା ପରେ ବଡ ଭାଇଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପୱନ କଲ୍ୟାଣ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ପୱନ କଲ୍ୟାଣ ଚଳିତ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ପୱନଙ୍କ ଜନସେବା ଦଳ ଆନ୍ଧ୍ରପ୍ରଦେଶରେ ୨ଟି ଲୋକସଭା ସିଟ୍‌‌ ଓ ୨୧ଟି ବିଧାନସଭା ସିଟ୍‌‌ରେ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ସହିତ ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ପୱନ ନିଜର ବିଜୟ ସହିତ ଦିଲ୍ଲୀରେ ଏନଡିଏ ମେଣ୍ଟ ବୈଠକରେ ସାମିଲ ହୋଇଥିଲେ। ଏବେ ପୱନ କଲ୍ୟାଣ ହାଇଦ୍ରାବାଦ ଫେରିବା ପରେ ଭାଇ ଚିରଞ୍ଜୀବୀ ତାଙ୍କୁ ବିପୁଳ ସମ୍ବର୍ଦ୍ଧନାର ସହ ସ୍ୱାଗତ କରିଥିଲେ। ଏହି ସମୟର ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ସ୍ୱାଗତ କରିବା ବେଳେ ଭାଇ ଚିରଞ୍ଜୀବୀ ଓ ଭାଉଜଙ୍କ ପାଦ ତଳେ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ ପୱନ କଲ୍ୟାଣ। ଏହି ଭିଡ଼ିଓ ଦେଖି ପ୍ରଂଶସକମାନେ ପୱନଙ୍କୁ ଭୁରି ଭୁରି ପ୍ରଂଶସା କରିଛନ୍ତି। ନିର୍ବାଚନରେ ଜିତିବା ପରେ ପୱନ କଲ୍ୟାଣଙ୍କୁ ଫିଲ୍ମ ଜଗତର ସମସ୍ତ କଳାକାର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories