www.samajalive.in
Sunday, December 14, 2025
19.1 C
Bhubaneswar

ହ୍ୟାଟ୍ରିକ ୱିକେଟ ନେଇ ଇତିହାସ ରଚିଲେ ପ୍ୟାଟ୍‌‌ କମିନ୍ସ

ସମାଜ ଡିଜିଟାଲ ଡେସ୍କ: ଚଳିତ ଟି-୨୦ ବିଶ୍ୱକପ କ୍ରିକେଟରେ ଇତିହାସ ରଚିଛନ୍ତି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌‌ କମିନ୍ସ। ସେ ଏହି ବିଶ୍ୱକପରେ ପ୍ରଥମ ଖେଳାଳି ଭାବେ ହ୍ୟାଟ୍ରିକ ୱିକେଟ ଅକ୍ତିଆର କରି ଏହି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ସୁପର-୮ ମ୍ୟାଚରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି।

ଶୁକ୍ରବାର ଅଷ୍ଟ୍ରେଲିଆ ଏହାର ପ୍ରଥମ ସୁପର-୮ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳିଥିଲା। ଆଣ୍ଟିଗୁଆର ସାର୍‌‌ ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ କମିନ୍ସ କ୍ରମାଗତ ଭାବେ ବାଂଲାଦେଶର ୩ ଖେଳାଳିଙ୍କୁ ଆଉଟ କରିଥିଲେ। ୧୮ତମ ଓଭରର ଶେଷ ୨ଟି ବଲରେ କମିନ୍ସ ମହମୁଦ୍ଦୁଲ୍ଲା(୨) ଏବଂ ମହେଦୀ ହସନ(୦)ଙ୍କୁ ଆଉଟ କରିଥିଲେ। ଏହା ପରେ ୨୦ତମ ଓଭରର ପ୍ରଥମ ବଲରେ ସେ ତୋହିଦ ହୃଦୟଙ୍କୁ (୪୦ରନ) ଆଉଟ କରିଥିଲେ।

- Advertisement -

ଏହାପୂର୍ବରୁ ୨୦୦୭ ପ୍ରଥମ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବ୍ରେଟ ଲି ମଧ୍ୟ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ନେଇଥିଲେ। ତେବେ ୨୦୨୧ ଟି-୨୦ ବିଶ୍ୱକପରେ ୩ ଜଣ ଖେଳାଳି ହ୍ୟାଟ୍ରିକ ୱିକେଟ ନେଇଥିଲେ। ଏହି ବର୍ଷ ଆୟର୍ଲାଣ୍ଡ ଖେଳାଳି କର୍ଟିସ କ୍ୟାମ୍ଫର ନେଦରଲାଣ୍ଡ ବିପକ୍ଷରେ, ଶ୍ରୀଲଙ୍କା ବୋଲର ୱାନିନ୍ଦୁ ହସରଙ୍ଗା ଦକ୍ଷିଣ ଆଫ୍ରିକା ବିରୋଧରେ ଏବଂ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାସିଗୋ ରବାଡ଼ା ଇଂଲଣ୍ଡ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ୨୦୨୨ ମଧ୍ୟ ୨ ଜଣ ବୋଲି ଏହି ବିରଳ ରେକର୍ଡର ଅଧିକାରୀ ହୋଇଥିଲେ। ୟୁଏଇ ବୋଲର କାର୍ତ୍ତିକ ମେୟାପ୍ପାନ ଶ୍ରୀଲଙ୍କା ବିପକ୍ଷରେ ଏବଂ ଆୟର୍ଲାଣ୍ଡ ବୋଲର ଯୋଶୁଆ ଲିଟିଲ ନ୍ୟୁଜିଲାଣ୍‌‌ଡ ବିପକ୍ଷରେ ହ୍ୟାଟ୍ରିକ ୱିକେଟ ନେବାରେ ସଫଳ ହୋଇଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories