www.samajalive.in
Sunday, December 7, 2025
14.1 C
Bhubaneswar

ଡିଜେ ବନ୍ଦ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାସୁଦେବପୁର : ଡିଜେ ବନ୍ଦ କରିବାକୁ ନେଇ ଗୋଷ୍ଠୀ ସଂଘର୍ଷରେ ତିନି ଜଣ ଆହତ ହୋଇଥିବା ସହିତ ଘର ଭାଙ୍ଗିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଖରିଦାବିନାୟକପୁର ଗ୍ରାମର ଡାଙ୍ଗିମଳିକ ସାହି ଓ ବଡମଳିକ ସାହିରେ ବୁଧବାର ସପ୍ତା ଠାକୁର ଭସାଣି ଉତ୍ସବ ସନ୍ଧ୍ୟା ସମୟରେ ହୋଇଥିଲା। ଏହି ଅବସରରେ ଦୁଇ ସାହିରେ ଥିବା ଅନୁଷ୍ଠାନ ପକ୍ଷରୁ ଡିଜେ ବଜାଇବାକୁ ନେଇ ପ୍ରତିଯୋଗୀତା ଚାଲିଥିବା ବେଳେ ବଡମଳିକସାହି ପକ୍ଷରୁ ଡିଜେ ବନ୍ଦ କରି ଦେବା କାରଣରୁ ଗଣ୍ଡଗୋଳର ସୁତ୍ରପାତ ଘଟିଥିଲା। ଏହି ଘଟଣାରେ କାଳନ୍ଦି ମଳିକଙ୍କ ପରିବାରର ତିନି ଜଣ ଆହତ ହୋଇଥିବା ଜଣାପଡିଛି। ଗୋଷ୍ଠୀ ସଂଘର୍ଷରେ ବଡମଳିକ ସାହିର ମନୋଜ ମଳିକଙ୍କ ଘର ଭାଙ୍ଗି ଦେଇଥିବାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ତେବେ ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଆସିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ମୌସୁମୀ ଅଗ୍ରସର ; ୨୩ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories