www.samajalive.in
Saturday, December 6, 2025
15.1 C
Bhubaneswar

ଫୁଲୁଛି ଗମେଇ : ସୁଦର୍ଶନପୁର ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ

ବାସୁଦେବପୁର :ବାତ୍ୟା ‘ଦାନା’ ପରେ କ୍ଷତିଗ୍ରସ୍ଥ ପରିବାର ସରକାରୀ ସହାୟତାକୁ ଚାହିଁ ବସିଥିବା ବେଳେ ୨୮ତାରିଖ ଭୋର ସମୟରୁ ପାଲଟିଛନ୍ତି ଜଳବନ୍ଦୀ । ଉପରମୁଣ୍ଡରେ ଅତିପ୍ରବଳ ବର୍ଷା କାରଣରୁ ଏବେ ଗମେଇ ନଦୀ ଫୁଲିବାରେ ଲାଗିଛି। ଫଳରେ ତଳିଆ ଅଞ୍ଚଳରେ ଏବେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି। ସୁଦର୍ଶନପୁର- ବରଣ୍ଡୁଆ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଏହି ଦୁଇ ପଞ୍ଚାୟତର ଶତାଧିକ ପରିବାର ଜଳବନ୍ଦୀ ଭାବରେ ରହିଛନ୍ତି। ଧାନକ୍ଷେତରେ ବନ୍ୟାଜଳ ମାଡି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଧାନଚାଷ କରିଥିବା ଚାଷୀ  ,ଚାଷ ଉଜୁଡିଯାଇଥିବା ବେଳେ ବାତ୍ୟା ପରେ ବନ୍ୟା ବେଢି ଉପରେ କୋରଡ।ମାଡ ସଦୃଶ ପାଲଟିଛି। ଖବରପାଇ ବାସୁଦେବପୁର ବିଧାୟକ ଅଶୋକକୁମାର ଦାଶ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ବନ୍ୟାପୀଡିତ ପରିବାରକୁ ଭେଟି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories