www.samajalive.in
Saturday, December 6, 2025
15.1 C
Bhubaneswar

ନବୀନଙ୍କ ଯୋଜନା ଦେଶରେ ଶ୍ରେଷ୍ଠ : ପରିବହନରେ ନମ୍ବର ଓ୍ବାନ୍ ଓଡିଶା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନାହାନ୍ତି ସତ ହେଲେ ଏବେ ବି ମିଳୁଛି ଢେର ସାରା ପ୍ରଶଂସା। ଦାୟିତ୍ଵରେ ନଥିଲେ ବି ତାଙ୍କ ଯୋଜନାକୁ ମିଳିଛି କେନ୍ଦ୍ରର ସ୍ଵୀକୃତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଶାସନ କାଳ ମଧ୍ୟରେ ଆରମ୍ଭ କରିଥିବା ଦୁଇଟି ଯୋଜନା ମୋ ବସ୍ ଏବଂ ମୋ ଇ ରାଇଡ୍ ସେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ଵରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନ ପରିବହନ ବ୍ୟବସ୍ଥା ଥିବା ସହର ଭାବରେ ସ୍ଵୀକୃତି ପ୍ରଦାନ କରାଯାଇଛି। ରାଜଧାନୀରେ ଗଡୁଥିବା ମୋ ବସ୍ ଏବଂ ମୋ ଇ ରାଇଡ୍ ସେବା ପାଇଁ  ସିଟି ଓ୍ବିଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍ ର ମାନ୍ୟତା ମିଳିବା ସହ ପୁରସ୍କାର ପ୍ରଦାନ କରାଯାଇଛି। ଗୁଜୁରାଟର ଗାନ୍ଧୀ ନଗରରେ ୧୭ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନ ଗ୍ରହଣ କରିଛନ୍ତି।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories