www.samajalive.in
Saturday, December 6, 2025
17.1 C
Bhubaneswar

ପପୁ ଯାଦବଙ୍କୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ: ସଲମାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ

ସମାଜ ଡିଜିଟାଲ ଡେସ୍କ: ବିହାରର ପୁର୍ଣ୍ଣିଆ ସାସଂଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଛି। ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ ବୋଲି ଟେଲିଫୋନ ଜରିଆରେ ଧମକ ଦିଆଯାଇଛି। ଫୋନ କରି ଧମକ ଦେଇଥିବା ବ୍ୟକ୍ତି ପପୁ ଯାଦବଙ୍କୁ ତାଙ୍କର ଏକାଧିକ ଠିକଣାରେ ପିଛା କରିସାରିଥିବା ଏବଂ ତାଙ୍କୁ ହତ୍ୟା କରିବ ବୋଲି କହିଛି। ପପୁ ଯାଦବ ଏ ସମ୍ପର୍କରେ ବିହାର ଡିଜିପିଙ୍କୁ ଅବଗତ କରାଇବା କହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୁକ୍ତ ଆହୁରି କହିଛି ଯେ, ଲରେନ୍ସ ଜେଲରେ କର୍ମଚାରୀଙ୍କୁ ପ୍ରତି ଘଣ୍ଟାରେ ୧ ଲକ୍ଷ ଟଙ୍କା ଦେଇ ପପୁ ଯାଦବ ସହିତ ଫୋନ ଜରିଆରେ କଥା ହେବାକୁ ଉଦ୍ୟମ କରୁଛି। କିନ୍ତୁ ପପୁ ଯାଦବ ଫୋନ ଉଠାଉ ନାହାନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯିବା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଧମକ ଦେଇଥିଲେ। ଯଦି ଆଇନ ତାଙ୍କୁ ଅନୁମତି ଦିଏ ସେ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟଓ୍ବର୍କକୁ ଧ୍ବଂସ କରିଦେବି ବୋଲି ପପୁ କହିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories