www.samajalive.in
Saturday, December 6, 2025
23.1 C
Bhubaneswar

ଡାଟାଅପରେଟରଙ୍କୁ ର୍ଦୁବ୍ୟବହାର କରି ଯୁବକ ଅଟକ

ବାସୁଦେବପୁର: ସମବାୟ ସମିତି ଡାଟା ଅପରେଟରଙ୍କୁ ର୍ଦୁବ୍ୟବହାର ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ। ଏମିତି ଘଟଣା ବାସୁଦେବପୁର ଥାନା ଅଧିନ ଏଡତାଳ ସମବାୟ ସମିତିରେ ଘଟିଛି ବୋଲି ଅଭିଯୋଗରୁ ଜଣାପଡିଛି। ଅଭିଯୋଗ ମୁତାବକ, ଦୁଇଦିନ ପୁର୍ବରୁ ବାବୁଲି ଜେନା ଓ ତାର ସହଯୋଗୀ ବିଦୟାଧର ମଲ୍ଲିକ ନାମକ ଦୁଇଜଣ ଯୁବକ ସମବାୟ ସମିତିରେ ପହଞ୍ଚି ଡାଟା ଅପରେଟରଙ୍କୁ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ଡାଟା ଅପରେଟର ଗଗନବିହାରୀ ସାହୁ ନିକଟସ୍ଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଆଜି ବାସୁଦେବପୁର ପୁଲିସ ବାବୁଲିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣାକୁ ନେଇ ଆଜି ଏଡତାଳ ସମବାୟ ସମିତିରେ ବୋର୍ଡ ବୈଠକ ଆରମ୍ଭ ହୋଇଛି ।

ମାତ୍ର ୫୦ ଟଙ୍କା : ଜିଓ ଦେଉଛି ମାଗଣା ରିଚାର୍ଜ, ବର୍ଷଯାକ ମିଳିବ ଅସୀମିତ ଡାଟା ସହ ଏସବୁ ସୁବିଧା..

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories