www.samajalive.in
Sunday, December 14, 2025
19.1 C
Bhubaneswar

ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ପାଇଁ ୩ ଜଣିଆ କମିଟି: ଅଧିକ ଅଫିସର ମାଗିଲା ମନ୍ଦିର ପ୍ରଶାସନ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ସେଥିରେ ସଦସ୍ୟ ରହିଛନ୍ତି। ଘଟଣାସ୍ଥଳକୁ ଯାଇ ସେମାନେ ଅନୁଧ୍ୟାନ କରିବା ସହ ସେବକ ଏବଂ ଭକ୍ତଙ୍କ ସହ ଆଲୋଚନା କରିବେ। ସେମାନଙ୍କ ରିପୋର୍ଟକୁ ଭିତ୍ତିକରି ଆଗାମୀ ପରିଚାଳନା କମିଟି ବୈଠକରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ବୁଧବାର ଅନୁଷ୍ଠିତ ବୈଠକରେ ଏହି କମିଟି ଗଠନ କରାଯାଇଛି। ସେହିପରି ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଆଉ ଦୁଇଜଣ ଡିଏସପି, ୪ ଜଣ ପୁଲିସ ଇନ୍ସପେକ୍ଟର ଏବଂ ୬ ଜଣ ସବ୍ ଇନ୍ସପେକ୍ଟର ପଦ ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ ପାଇଁ ସେମାନଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଏବଂ ବାହାରେ ନିୟୋଜିତ କରାଯିବ। ଏତଦ୍‌ବ୍ୟତୀତ ଠାକୁରଙ୍କ ଦୈନଦିନ ସେବାପୂଜା ପରିଚାଳନା ତଦାରଖ ପାଇଁ ଆଉ ଜଣେ ଉପପ୍ରଶାସକ ଏବଂ ଦୁଇଜଣ ସହକାରୀ ପ୍ରଶାସକଙ୍କୁ ନିଯୁକ୍ତି ଦେବା ପାଇଁ ସୁପାରିସ କରାଯାଇଛି। ଦର୍ଶନ ବ୍ୟବସ୍ଥାରେ ବ୍ୟାପକ ବିଶୃଙ୍ଖଳା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ନାଟମଣ୍ଡପ ଏବଂ ଜଗମୋହନରେ ଦର୍ଶନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବାକୁ କେତେକ ସଭ୍ୟ ପରାମର୍ଶ ଦେଇଥିଲେ। ଏଥିପାଇଁ କମିଟିର ଏକ ସ୍ବତନ୍ତ୍ର ବୈଠକ କରାଯାଇ ଆଲୋଚନା ନିମନ୍ତେ ସ୍ଥିର କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଲିକାନାରେ ଥିବା ପଥର ଖଣିଗୁଡ଼ିକ ନିଲାମ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଛି। ଖଣି ନିଲାମ ପରିମାଣ ପ୍ରତି ବର୍ଷ ୧୦% ବୃଦ୍ଧି ପରିବର୍ତ୍ତେ ଦୁଇବର୍ଷରେ ୧୦ ପ୍ରତିଶତ ବୃଦ୍ଧି ପାଇଁ ସ୍ଥିର କରାଯାଇଛି। ଆଗାମୀ ୨୨ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ନିର୍ଘଣ୍ଟ ସମେତ ବ୍ୟବସ୍ଥାବଳୀ ଅନୁମୋଦନ କରାଯାଇଛି। ଚଳିତ ମାସ ୨୫ ତାରିଖରେ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ସେଥିରେ ରଥଯାତ୍ରା ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories