www.samajalive.in
Saturday, December 6, 2025
17.1 C
Bhubaneswar

ଅସହ୍ୟ ତାତି; ବଢ଼ିଲା ଏସି ମୂଲ୍ୟ

ନୂଆଦିଲ୍ଲୀ : ଦେଶରେ ଅସହ୍ୟ ଗ୍ରୀଷ୍ମପ୍ରବାହ ହେଉଥିବା ବେଳେ ଏସି ବିକ୍ରି ବଢ଼ିବାରେ ଲାଗିଛି। ତେବେ ଚାହିଦା ଅନୁଯାୟୀ ଯୋଗାଣ କମୁଥିବାରୁ ଜୁନରେ ଏସି ମୂଲ୍ୟ ୬ରୁ ୮% ବଢ଼ିଛି। ଅନ୍ୟପକ୍ଷରେ ଲୋକଙ୍କ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ଏସି ଲଗାଇବା ଓ ସର୍ଭିସିଂ କରିବା ପାଇଁ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ପ୍ରମୁଖ କମ୍ପାନୀର ଅଧିକାରୀଙ୍କ କହିବା ଅନୁଯାୟୀ ଚଳିତ ଗ୍ରୀଷ୍ମପ୍ରବାହ କଷ୍ଟଦାୟକ ହୋଇଥିବା ବେଳେ ଏସି ଚାହିଦା ଶିଖରରେ ପହଞ୍ଚିଛି। ଚାହିଦା ବଢ଼ିବା ଫଳରେ ଏସି ଶିଳ୍ପର ଅଭିବୃଦ୍ଧି ହୋଇଛି। ଚଳିତବର୍ଷ ଏସି ଶିଳ୍ପ ୩୦-୪୦% ଅଭିବୃଦ୍ଧି ହାସଲ କରିଛି। ତେବେ ଚାହିଦା ଅନୁଯାୟୀ ଯୋଗାଣ କରିବା ସମ୍ଭବପର ହୋଇପାରୁନାହିଁ। କାରଣ ଚାହିଦା ଅନୁଯାୟୀ ଏସି ଓ ଏସି ନିର୍ମାଣ ସାମଗ୍ରୀର ଯୋଗାଣ କମିଛି। ଅନ୍ୟପକ୍ଷରେ ପ୍ରବଳ ଖରା ପାଇଁ ଲୋକେ ଘରେ ଓ ବ୍ୟବସାୟ ପ୍ରତିଷ୍ଠାନରେ ଲଗାଇବା ପାଇଁ ଏସି କିଣୁଥିବା ବେଳେ ତାହାକୁ ଲଗାଇବା ଓ ସର୍ଭିସିଂ କରିବା ପାଇଁ କର୍ମଚାରୀଙ୍କ ଅଭାବ ଦେଖାଦେଇଛି। ଏସମସ୍ତ କାରଣ ପାଇଁ ଏସି ମୂଲ୍ୟ ୬ରୁ ୮% ବୃଦ୍ଧିପାଇଛି। ତେବେ ଦକ୍ଷିଣ ଭାରତରେ ଗ୍ରୀଷ୍ମପ୍ରବାହ କମିଥିବାରୁ ବହୁ କମ୍ପାନୀ ସେଠାରୁ ସେମାନଙ୍କ ଉତ୍ପାଦକୁ ଉତ୍ତର ଭାରତକୁ ସ୍ଥାନାନ୍ତର କରୁଛନ୍ତି। ତେବେ ଗ୍ରୀଷ୍ମପ୍ରବାହରେ ପ୍ରଭାବିତ ଲୋକେ ଏସି ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଏସି ନିର୍ମାଣ ଖର୍ଚ୍ଚ ବଢ଼ୁଥିବାରୁ ମୂଲ୍ୟ ବଢ଼ାଇବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନ ଥିବା ବିଭିନ୍ନ କମ୍ପାନୀ ପ୍ରମୁଖ କହିଛନ୍ତି। ତେବେ କେତେକ କମ୍ପାନୀ ନିକଟରେ ଏବେ ବି ଏସି ମହଜୁଦ୍ ଥିବାରୁ ସେମାନେ ମୂଲ୍ୟ ନ ବଢ଼ାଇ ବଜାର ଉପରେ ନଜର ରଖିଛନ୍ତି।
ଚଳିତବର୍ଷ ଏସି ଶିଳ୍ପ ପାଇଁ ଏକ ସ୍ବର୍ଣ୍ଣିମ ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଗ୍ରୀଷ୍ମପ୍ରବାହ ଆଶାତୀତ ଭାବେ ବଢ଼ିଥିବାରୁ ଜୁନରେ ସର୍ବାଧିକ ଏସି ବିକ୍ରି ହୋଇଛି। ଚଳିତ ବର୍ଷ ଏସି ବିକ୍ରିରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୩ରେ ୧ କୋଟି ୧୫ ଲକ୍ଷ ଏସି ବିକ୍ରି ହୋଇଥିବା ବେଳେ ୨୦୨୪ରେ ୧ କୋଟି ୫୦ ଲକ୍ଷ ଏସି ବିକ୍ରି ହୋଇଛି। ଗ୍ଲୋବାଲ ୱାର୍ମିଂ ପାଇଁ ଗ୍ରୀଷ୍ମପ୍ରବାହ ବଢ଼ୁଥିବାରୁ ଆଗାମୀ ବର୍ଷ ପାଇଁ ଏସି ଶିଳ୍ପ ପ୍ରସ୍ତୁତ ରହିବ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories