www.samajalive.in
Saturday, December 6, 2025
15.1 C
Bhubaneswar

ସ୍ମାର୍ଟ ହେବେ ବିଧାୟକ: ଆସନରେ ଲାଗିଲା ଆଇ-ପ୍ୟାଡ୍‌

ଭୁବନେଶ୍ବର : ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ନବନିର୍ବାଚିତ ବିଧାୟକମାନେ ଶପଥ ନେଉଛନ୍ତି। ବିଧାନସଭା ନୂଆ ରୂପ ନେଇଛି। ବିଧାୟକଙ୍କୁ ବୈଷୟିକ କ୍ଷେତ୍ରରେ ଦକ୍ଷ କରାଯିବ। ବିନା କାଗଜରେ ପରିଚାଳନା ହେବ ବିଧାନସଭା। ଏଥିପାଇଁ ବାଚସ୍ପତିଙ୍କ ସମେତ ସମସ୍ତ ବିଧାୟକଙ୍କ ଆସନରେ ଲାଗିଛି ଆଇ-ପ୍ୟାଡ୍। ପ୍ରେସ୍ ଗ୍ୟାଲେରୀକୁ ନୂଆ ରୂପ ଦିଆଯାଇଛି। ନୂଆ ସରକାର ଆସିବା ପରେ ନୂତନ ରୂପ ପାଇଛି ଗୃହ। କାର୍ପେଟ୍‌ଠାରୁ ଆରମ୍ଭ କରି ବିଧାୟକଙ୍କ ଆସନ ଯାଏ ସବୁ ନୂଆ ଦିଶୁଛି। ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ(ନେଭା) ଅଧୀନରେ ଆଇ-ପ୍ୟାଡ୍ ବ୍ୟବସ୍ଥା ହୋଇଛି। ବାଚସ୍ପତିଙ୍କ ପୋଡିୟମ୍‌ରେ ଗୋଟିଏ ଏବଂ ସଚିବଙ୍କ ଟେବୁଲରେ ଗୋଟିଏ ଆଇ-ପ୍ୟାଡ୍ ଲାଗିଥିବା ବେଳେ ବାକି ୧୪୭ ବିଧାୟକଙ୍କ ଆସନରେ ଗୋଟିଏ ଲେଖାଏଁ ମୋଟ ୧୪୯ଟି ଆଇ-ପ୍ୟାଡ୍ ଲଗାଯାଇଛି। ସମସ୍ତ ବିଧାୟକଙ୍କୁ ଆଇ-ପ୍ୟାଡ୍ ପରିଚାଳନା ଲାଗି ପ୍ରଶିକ୍ଷଣ ଦିଆଯିବ। ନୂତନ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟଶୈଳୀ ସମ୍ପର୍କରେ ପ୍ରଶିକ୍ଷଣ ମିଳିବ। ପୂର୍ବତନ ମନ୍ତ୍ରୀ ତଥା ପୁରୁଣା ନେତାମାନେ ନୂତନ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ। ଆଗାମୀ ଦିନରେ ଦୁଇଦିନିଆ କର୍ମଶାଳା ଜରିଆରେ ସମସ୍ତ ନୂତନ ବିଧାୟକଙ୍କୁ ଗୃହର କାର୍ଯ୍ୟଶୈଳୀ ବିଷୟରେ ଅବଗତ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories