www.samajalive.in
Friday, December 5, 2025
26.1 C
Bhubaneswar

ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର : ବିଜେଡିର ବିଧାୟକ ଦଳ ବୈଠକ ଆଜି (ବୁଧବାର) ଅନୁଷ୍ଠିତ ହେବ। ଶଙ୍ଖଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳର ନେତା ନିର୍ବାଚିତ କରାଯିବ। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନା ଅନୁଯାୟୀ ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି। ଆଜି ଅପରାହ୍ଣ ୪ଟା ୩୦ରେ ଶଙ୍ଖଭବନରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ବିରୋଧୀ ଦଳ ନେତା ହେବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ଔପଚାରିକ ଘୋଷଣା ବାକି ରହିଛି। ଅଧିକାଂଶ ବିଧାୟକ ନବୀନଙ୍କୁ ବିରୋଧୀ ଦଳ ନେତା କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି। ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ହେବା ନେଇ ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି। ଏହାବ୍ୟତୀତ ଅନୁଭବୀ, ଅଭିଜ୍ଞ ନେତାଙ୍କୁ ବିରୋଧୀ ଦଳର ଉପ-ନେତା,ବିରୋଧୀ ଦଳ ସଚେତକ, ଉପ-ମୁଖ୍ୟ ସଚେତକ ପଦ ମିଳିବ। ବରିଷ୍ଠ ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନାମକୁ ନେଇ ଚର୍ଚ୍ଚା ଲାଗି ରହିଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories