www.samajalive.in
Saturday, December 6, 2025
17.1 C
Bhubaneswar

ଡ୍ରେନ୍ ଟ୍ରାଜେଡି: ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ଵର: ଭୁବନେଶ୍ଵରରେ ମୁକୁଳା ଡ୍ରେନରେ ପଡି ଜଣେ ନାବାଳକର ମୃତ୍ୟୁ ଘଟଣାରେ କିଏ ଦାୟୀ ? କାହିଁକି ହେଲା ଅଘଟଣ। ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସକାଳୁ ୟୁନିଟ୍ ୩ ମସଜିଦ କଲୋନୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ମନ୍ତ୍ରୀ। ଡ୍ରେନ୍ ପାଖରେ ବ୍ୟାରିକେଡ୍ କାହିଁକି ହୋଇନି , ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି।  ସପ୍ତାହେ ଭିତରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଉ କେତେ ମୁକୁଳା ଡେନ୍ ଅଛି , ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି। ୩ଦିନ ଭିତରେ ବାକି ଥିବା ସବୁ ଡ୍ରେନ୍ କଭର ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଆଜି ମୃତ ୧୦ ବର୍ଷୀୟ ନାବାଳକ ଆବୁ ବକର ସାହର ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ପାଣିରେ ଭାସୁଥିବା ଏକ ବେଲୁନ୍ ଆଣିବାକୁ ଯାଇ ଡ୍ରେନ୍ ପାଣିରେ ଭାସି ଯାଇଥିଲା ଆବୁ ବକର ସାହ। ଅଭିଯୋଗ ହେଉଛି ଯେ , ରାଜଧାନୀରେ ବାରମ୍ବାର ଏଭଳି ଅଘଟଣ ସତ୍ବେ ବିଏମସି ନିଦା ବିଷ୍ଣୁ ସାଜିଛି। ଡ୍ରେନ୍ ସଫେଇ ସହ ମୁକୁଳା ଡ୍ରେନ୍ ବନ୍ଦ ପାଇଁ କାହିଁକି ଆଗୁଆ ପଦକ୍ଷେପ ନିଆଯାଉନି, ସେ ନେଇ ପ୍ରଶ୍ନ ଉଠିଛି। ସେପଟେ ମୁକୁଳା ଡ୍ରେନ୍ ରେ ପଡି ଅନେକ ଜୀବନ ନଷ୍ଟ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନକୁ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories