www.samajalive.in
Monday, December 8, 2025
14.1 C
Bhubaneswar

ନିଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଓ ଏନଟିଏକୁ କହିଲେ ସୁପ୍ରିମକୋର୍ଟ – ୦.୦୦୧% ଅବହେଳା ହେଲେ ମଧ୍ୟ ସମାଧାନ ଜରୁରୀ

ନିଡେସ୍କ: ଚଳିତ ବର୍ଷ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କହିଛନ୍ତି ଯେ ଯଦି କାହାର ୦.୦୦୧% ଅବହେଳା ହୁଏ, ତା’ହେଲେ ଏହାର ପୁଙ୍ଖାନୁପୁଙ୍ଖ ସମାଧାନ ହେବା ଦରକାର।

​ମାମଲାର ଶୁଣାଣି କରୁଥିବା ଦୁଇ ଜଣିଆ ଖଣ୍ଡପୀଠରେ ସାମିଲ ଜଷ୍ଟିସ୍ ଏସ୍ ଭି ଭଟ୍ଟି କହିଛନ୍ତି, ଏସବୁ ମାମଲାକୁ ପ୍ରତିକୂଳ ମାମଲା ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଜଷ୍ଟିସ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ କେନ୍ଦ୍ର ଓ ଏନଟିଏ ପକ୍ଷରୁ ଆଇନଜୀବୀ କାନୁ ଅଗ୍ରୱାଲ କହିଛନ୍ତି ଯେ ସରକାର ଏହାକୁ ଆଦୌ ପ୍ରତିକୂଳ ଭାବରେ ଦେଖୁନାହାନ୍ତି।

- Advertisement -

ଜଷ୍ଟିସ୍ ଭଟ୍ଟୀ ଠକେଇ କରିଥିବା ବ୍ୟକ୍ତି ଡାକ୍ତର ହେବାକୁ ଯାଉଥିବା ପରିଣାମ ବିଷୟରେ କହିଥିଲେ। ଏଭଳି ଠକେଇ କରିଥିବା ଜଣେ ବ୍ୟକ୍ତି ଯଦି ଡାକ୍ତର ହୁଅନ୍ତି, ସେ ସମାଜ ପାଇଁ ଅଧିକ କ୍ଷତିକାରକ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଏବଂ ଏନଟିଏ ଆବେଦନ ଉପରେ ଜବାବ ଦାଖଲ କରିବା ପୂର୍ବରୁ କୌଣସି ନିଷ୍ପତି ଗ୍ରହଣ ନ କରିବାକୁ ଅଗ୍ରୱାଲ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ଗତ ଜୁନ୍ ୧୩ ତାରିଖରେ କେନ୍ଦ୍ର ଓ ଏନଟିଏ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ନିଟ୍ ପରୀକ୍ଷାରେ ୧୫୬୩ ଜଣ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କକୁ ବାତିଲ କରାଯିବ ଏବଂ ଯେଉଁମାନେ ଚାହୁଁଛନ୍ତି ସେମାନଙ୍କ ପାଇଁ ପୁନଃ ପରୀକ୍ଷା ଆୟୋଜନ କରାଯିବ।

ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ବିଚାରପତି କହିଛନ୍ତି ଯେ ଆପଣଙ୍କ ତରଫରୁ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍। ଅନ୍ୟପକ୍ଷରେ ଅଦାଲତ ଏହି ଆବେଦନଗୁଡ଼ିକ ଉପରେ ନୋଟିସ୍ ଜାରି କରିବା ସହ ଜୁଲାଇ ୮ରେ ଶୁଣାଣି ପାଇଁ ଧାର୍ଯ୍ୟ କରିବା ସହ କେନ୍ଦ୍ର ଓ ଏନଟିଏକୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ଜୁନ୍ ୪ରେ ପ୍ରକାଶିତ ନିଟ୍ ରେଜଲ୍ଟରେ ୬୭ ଜଣ ଛାତ୍ରଛାତ୍ରୀ ମୋଟ ୭୨୦ରୁ ୭୨୦ ସ୍କୋର ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୭୧୮ କିମ୍ବା ୭୧୯ ନମ୍ବର ରଖିଥିବା ପରୀକ୍ଷାର୍ଥୀ ଏହା ଅସମ୍ଭବ ବୋଲି ଅନେକ କହିଛନ୍ତି। ଏନଟିଏ ଗ୍ରେସ୍ ମାର୍କ ପ୍ରଦାନ ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ମୁକୁଳା ଡ୍ରେନରୁ ଉଦ୍ଧାର ନାବାଳକକୁ ମୃତ ଘୋଷଣା କଲେ ଡାକ୍ତର

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories