www.samajalive.in
Sunday, December 14, 2025
23.1 C
Bhubaneswar

ଇଦ୍ ପାଳନ ପାଇଁ ଢାକାରେ ପ୍ରବଳ ଜନଗହଳି, ଟ୍ରେନ ଛାତରେ ଯାତ୍ରା କରୁଛନ୍ତି ଯାତ୍ରୀ

ଡେସ୍କ: ଇଦ୍-ଉଲ୍-ଆଧା ପାଇଁ ବାଂଲାଦେଶ ଢାକାରେ ପ୍ରବଳ ଜନ ଗହଳି ହୋଇଛି। ଇଦ୍ ପର୍ବ ଅବସରରେ ରାଜଧାନୀ ଛାଡ଼ି ନିଜ ନିଜ ସହର ଓ ଗାଁକୁ ଯିବା ପାଇଁ ଲୋକଙ୍କ ଭିଡ଼ ଯୋଗୁଁ ଢାକାରୁ ବାହାରକୁ ଯାଉଥିବା ରାଜପଥଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବାଂଲାଦେଶ ଜୁନ୍ ୧୭ରେ ମୁସଲମାନଙ୍କର ଦ୍ୱିତୀୟ ବୃହତ୍ତମ ଧାର୍ମିକ ପର୍ବ ଇଦ୍-ଉଲ୍-ଆଧା ପାଳନ କରିବ।

କାଶୀପୁର ଅଜଣା ରୋଗରେ ମୃତ୍ୟୁ ଘଟଣା, ଅନୁସନ୍ଧାନ ପାଇଁ ଆରଏମଆରସିକୁ ନିର୍ଦେଶ

- Advertisement -

ଢାକା-ମୈମନସିଂହ ରାଜପଥରେ ୧୦ କିଲୋମିଟରରୁ ଅଧିକ ଲମ୍ବ ଭିଡ ଦେଖିବାକୁ ମିଳିଥିଲା। ରାଜପଥର ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ଯାନବାହନ ଛିଡା ହୋଇ ରହିଛି। ଯାନବାହନର ପ୍ରବଳ ଭିଡ଼ ଯୋଗୁଁ ଏହି ରାଜପଥରେ ଯାତାୟାତ ଠପ୍ ହୋଇଯିବାରୁ ଲୋକେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଢାକା-ଟାଙ୍ଗାଇଲ ରାଜପଥର ବଙ୍ଗବନ୍ଧୁ ପୋଲର ପୂର୍ବ ପାର୍ଶ୍ୱରେ ମଧ୍ୟ ଅନେକ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜନଗହଳି ଦେଖିବାକୁ ମିଳିଛି।

ପ୍ରବଳ ଭିଡ ଯୋଗୁଁ ଘରୋଇ ବସ୍ ଗୁଡିକ ଯାତ୍ରୀଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରାଯାଉଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅଧିକ ଭଡା ଦେବାକୁ ଅସମର୍ଥ ଅନେକ ଗରିବ ଲୋକ ଟ୍ରଲି ଓ ଟ୍ରକରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ଟାଟାର ଏହି ଦୁଇ ଇଲେକ୍ଟ୍ରି କାର୍‌କୁ ୫ ଷ୍ଟାର ସେଫ୍ଟି ରେଟିଙ୍ଗ୍‌

ଫେରି ଟର୍ମିନାଲ ଓ ରେଳ ଷ୍ଟେସନରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ଲୋକମାନେ ଟ୍ରେନ ଛାତ ଉପରେ ଯାତ୍ରା କରୁଛନ୍ତି। ଏହା ପୂର୍ବରୁ ଢାକାର କମଳାପୁର ରେଳ ଷ୍ଟେସନରୁ ବାହାରିଥିବା କିଛି ଟ୍ରେନ୍ ଲୋକଙ୍କ ଭିଡ଼ ଯୋଗୁଁ ବିଳମ୍ବିତ ହୋଇଥିଲା।

ଅବକାରୀ ନୀତି ମାମଲା ଶୁଣାଣି ସମୟର ଭିଡିଓ ହଟାଇବାକୁ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories