www.samajalive.in
Saturday, December 13, 2025
18.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଛା ଜଣାଇଲା ପ୍ରଗତିଶୀଳ ନାଗରିକ ମଞ୍ଚ, କେନ୍ଦୁଝରର ସାମଗ୍ରିକ ବିକାଶ ନେଇ କଲେ ଆଲୋଚନା

କେନ୍ଦୁଝରଗଡ଼: କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରଠାରୁ ତାଙ୍କ ନିକଟକୁ ଛୁଟିଛି ଶୁଭେଛାର ସୁଅ। ଏହିକ୍ରମରେ ପ୍ରଗତିଶୀଳ ନାଗରିକ ମଞ୍ଚ କେନ୍ଦୁଝରର କର୍ମମର୍ତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଶନିବାର ରାଜ୍ୟ ଅତିଥିଭବନରେ ଭେଟି ପୁଷ୍ପଗୁଛ ଦେଇ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ। କେନ୍ଦୁଝର ଜିଲାରେ ଦିନକୁ ଦିନ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ବୈତରଣୀ, ମାଛକାନ୍ଦଣା, କାଣୀଝରି ଆଦି ନଦୀର ଜଳସ୍ତର ହ୍ରାସ ପାଇଛି।

ମିରିଗିସିଙ୍ଗାସ୍ଥିତ ବୈତରଣୀରେ ନିର୍ମାଣ ବୃହତ୍‌‌ ପାନୀୟଜଳ ଯୋଗାଣ ପ୍ରକଳ୍ପର ସଠିକ୍‌‌ କାର୍ଯ୍ୟକାରିତା, ମାଛକାନ୍ଦଣା ଓ କାଣୀଝରି ନଦୀରୁ ପାନୀୟଜଳ ଯୋଗାଣ ଗ୍ରୀଷ୍ମ ଋତୁରେ ସମ୍ଭବ ହେଉନାହିଁ। ଗ୍ରାମାଞ୍ଚଳରେ ଥିବା ଅଧିକାଂଶ ଜଳ ଯୋଗାଣ ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବ ଓ ବିଦ୍ୟୁତ୍‌‌ ଦେୟ ବକେୟା ପାଇଁ ଅଚଳ ହୋଇ ରହିଛି। ତେଣୁ ଜିଲାରେ ଜଳ ଯୋଗାଣ ପ୍ରକଳ୍ପ, ଜଳ ଭଣ୍ଡାର ଗୁଡ଼ିକର ପୁନଃରୁଧାର କରିବା ସହ ଅଚଳ ଜଳସେଚନ ପ୍ରକଳ୍ପ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କେନ୍ଦୁଝର ଜିଲା ପ୍ରଗତିଶୀଳ ନାଗରିକ ମଞ୍ଚ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଶନିବାର ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

- Advertisement -

ଏଥିସହ ଖଣିଜସମ୍ପଦରେ ଭରପୁର କେନ୍ଦୁଝର ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ବୃହତ୍‌‌ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ହେଲେ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏକ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା, ଖଣି ପ୍ରଦାନ ସତ୍ତ୍ବେ ଦୀର୍ଘବର୍ଷ ଧରି ଉତ୍ପାଦନ ବନ୍ଦ ରହିଥିବା ରାଜ୍ୟ ସରକାରଙ୍କ ବଡବିଲସ୍ଥିତ କଳିଙ୍ଗ ଲୁହା କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବା, କେନ୍ଦୁଝର ସହରର ଜୁଡିଆସ୍ଥିତ କୃଷି ଫାର୍ମ ପରିସରରେ ଏକ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା, ଦୀର୍ଘବର୍ଷ ଧରି ମନ୍ଥର ଗତିରେ ନିର୍ମାଣାଧିନ କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯାଇ ଜିଲାରେ କୃଷିକ୍ଷେତ୍ରରେ ସବୁଜ ବିଳ୍ପବ ଆଣିବା, ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଧରଣୀଧର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଜଂଘିରାରୁ କାଳିଆହତା,କୁଶକଳା-ବଣେଇ ରାସ୍ତା ପ୍ରଶସ୍ତିକରଣ, କାଞ୍ଜିପାଣି ଭାୟା ତେଲକୋଇ ଦେଇ ଢିଆଢୋଲ ରାସ୍ତା ପ୍ରଶସ୍ତିକରଣ, ଜିଲାରେ କାର୍ଯ୍ୟକ୍ଷମ ଖଣି ଓ ଶିଳ୍ପାନୁଷ୍ଠାନରେ ଜିଲା କର୍ମ ନିୟୋଜନ ମାଧ୍ୟମରେ ଜିଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ, ଚମ୍ପୁଆ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବା, ଚମ୍ପୁଆ ଓ ଆନନ୍ଦପୁର ଠାରେ ଅତ୍ୟାଧିୁନିକ ଷ୍ଟାଡିୟମ ସହ ସ୍ପୋଟ୍ସ କମ୍ପେ୍ଲକ୍ସ ନିର୍ମାଣ, ଜିଲା ମୁଖ୍ୟାଳୟ ସମେତ ଆନନ୍ଦପୁର ଓ ଚମ୍ପୁଆ ଠାରେ ୨ହଜାର ସିଟ୍‌‌ କ୍ଷମତା ବିଶିଷ୍ଟ ଶୀତତାପ ନିୟନ୍ତ୍ରୀତ ଅଡିଟୋରିୟମ ନିର୍ମାଣ, ତେଲକୋଇ ବ୍ଲକ ହାତୀମୁଣ୍ଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ବୈତରଣୀ ନଦୀ ଓ ତା’ର ଉପର ମୁଣ୍ଡ ଅବବାହିକାରେ ବ୍ୟାପକ ଚାରାରୋପଣ ଓ ଜଳ ସଂରକ୍ଷଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି।

ଉପରୋକ୍ତ ଦାବି ସମ୍ପର୍କରେ ଶୁକ୍ରବାର କେନ୍ଦୁଝର ଠାରେ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ ପରେ ମଞ୍ଚ ସଭାପତି ମଳୟ ମହାପାତ୍ର, ଉପସଭାପତି ଭରତଚନ୍ଦ୍ର ପାତ୍ର ଓ ଧରିତ୍ରୀ ରାଉତ, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଶନିବାର ଭୁବନେଶ୍ୱର ଗସ୍ତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories