www.samajalive.in
Sunday, December 14, 2025
14.1 C
Bhubaneswar

କୁଏତ୍ ଅଗ୍ନିକାଣ୍ଡରେ ମୃତ ଓଡ଼ିଆଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: କୁଏତ୍ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆ ମହମ୍ମଦ ଜହୁୂର ଓ ସନ୍ତୋଷ ଗୌଡ଼ଙ୍କ ମୃତ୍ୟୁ ଘଟିଛି । ଜହୁରଙ୍କ ଘର କଟକ ଜିଲା ତିଗିରଆ ଥାନା ଅନ୍ତର୍ଗତ କରଡାପଲ୍ଳୀ ଗ୍ରାମରେ ହୋଇଥିବାବେଳେ ସନ୍ତୋଷଙ୍କ ଘର ଗଞ୍ଜାମ ଜିଳା ପୁରୁଷୋତମ ବ୍ଲକର ରଣଝାଲି ଗାଁରେ । ଜହୁର ୨୦୧୭ରୁ କୁଏତ୍‌ରେ ଲାବୋରୋଟାରୀ ଟେକନିସିଆନ ଭାବେ କାମ କରୁଥିଲେ । ସନ୍ତୋଷ ୨ବର୍ଷ ପୂର୍ବେ କୁଏତ୍ ଯାଇଥିଲେ । ଗତ ବୁଧବାର ଭୋର ସମୟରେ କୁଏତ୍‌ରେ ସେମାନେ ରହୁଥିବା ୬ ମହଲା ବିଶିଷ୍ଟ କୋଠାରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ସେଠାରେ ରହୁଥିବା ବହୁ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଜହୁର ଓ ସନ୍ତୋଷ ମଧ୍ୟ ରହିଛନ୍ତି।
ଉଭୟଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇଛନ୍ତି।

Hot this week

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

Related Articles

Popular Categories