www.samajalive.in
Wednesday, December 10, 2025
26.1 C
Bhubaneswar

ଅବକାରୀ ନୀତି ମାମଲା ଶୁଣାଣି ସମୟର ଭିଡିଓ ହଟାଇବାକୁ ସୁନୀତା କେଜ୍ରିଓ୍ଵାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଡ଼େସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କୋର୍ଟ ଶୁଣାଣି ସମୟର ଭିଡିଓ ସାମାଜିକ ଗଣମାଧ୍ୟମରୁ ହଟାଇ ଦେବାକୁ ଆଜି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ଵାଲ ଏବଂ ଅନ୍ୟ ୫ ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଭିଡିଓରେ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ମାର୍ଚ୍ଚ ୨୮ରେ ସୁନିତାଙ୍କ ସ୍ୱାମୀ ରାଉଜ୍ ଆଭେନ୍ୟୁ କୋର୍ଟରେ ଦେଇଥିବା ବୟାନ ପ୍ରଦର୍ଶିତ ହୋଇଛି।

ଜୁନ ୧୮ରେ ଆକାଉଣ୍ଟକୁ ଆସିବ ପିଏମ-କିଷାନ ସମ୍ମାନ ନିଧି ଟଙ୍କା

- Advertisement -

ଜଷ୍ଟିସ ନୀନା ବଂଶଲ କ୍ରିଷ୍ଣା ଓ ଜଷ୍ଟିସ ଅମିତ ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ନିୟମ ଉଲ୍ଲଂଘନ ଅଭିଯୋଗରେ ସୁନୀତା କେଜ୍ରିୱାଲ ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ନୋଟିସ୍ ଜାରି କରିଛନ୍ତି। କୋର୍ଟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକୁ ସେହି ଦିନ ରେକର୍ଡ କରାଯାଇଥିବା ଭିଡିଓ ଥିବା କୌଣସି ସମ୍ବନ୍ଧୀୟ ପୋଷ୍ଟ କିମ୍ବା ପୁନଃପୋଷ୍ଟକୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯ତାରିଖକୁ ଧାର୍ଯ୍ୟ କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories