କେନ୍ଦୁଝରଗଡ଼: ରାଜ୍ୟର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ରଜ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ କବି ଡ. ଚିତ୍ତ ରଞ୍ଜନ ମିଶ୍ର ଉତ୍କଳୀୟ ଜନଜୀବନରେ ରଜର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ। କବୟିତ୍ରୀ ଇନ୍ଦୁମତୀ ପାତ୍ର ଉତ୍କଳୀୟ ପରମ୍ପାରାରେ ପଲ୍ଲୀ ଚେତନା ସମ୍ପର୍କରେ ଆଲୋଚନା କରିଥଲେ।
ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ଅଭିଭାଷଣରେ କେନ୍ଦୁଝରର ଜନ ଜୀବନରେ ରଜର ଭୂମିକା ଅପରିସୀମ ବୋଲି ପ୍ରକାଶ କରିଥିଲେ। କବୟିତ୍ରୀ ମନ୍ଦାକିନୀ କରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ପିନାକୀ ମିଶ୍ର, ଚିନ୍ତାମଣି ମହାଳିକ, ଡ. ସୁମନ୍ତ୍ର ନାଏକ, ରିତାଞ୍ଜଳି ସାହୁ, ସରୋଜିନୀ ମିଶ୍ର, ଉମାକାନ୍ତ ବେହେରା, ସୁଜିତ ମିଶ୍ର, ବୀଣାପାଣି ଜେନା, ଆର୍ଯ୍ୟବାଳା ମହାପାତ୍ର, ଶାନ୍ତନୁ କୁମାର ମହାପାତ୍ର, ମାୟାଧର ନାୟକ, ଅମୁଲ୍ୟ ମିଶ୍ର, ମଧୁସୁଦନ ମିଶ୍ର, ଭାବପ୍ରିୟା ସାହୁ, ଦେବଦର୍ଶନ ଦାଶ, ଜିତେନ୍ଦ୍ର ପରିଡ଼ା, ରତ୍ନମଞ୍ଜରୀ ରାଉତ, ରାମଚନ୍ଦ୍ର ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ଅନୁଷ୍ଠାନର ଯୁଗ୍ମସମ୍ପାଦକ ତଥା କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।



