www.samajalive.in
Sunday, December 7, 2025
14.1 C
Bhubaneswar

ସମ୍ପର୍କରେ କଳଙ୍କ, ଏମିତି ବିବାହ କଲେ ପ୍ରେମୀ ଯୁଗଳ

ଡେସ୍କ: ଝାଡ଼ଖଣ୍ଡ ହଜାରୀବାଗ ଅଂଚଳର ଘଟଣା। ଗତ ଏପ୍ରିଲରେ ମାସିପିଢ଼ୀରୁ ଫେରାର ହୋଇଥିବା ପ୍ରେମିକ ଦମ୍ପତି ଯେଉଁମାନେ ସମ୍ପର୍କରେ ମାଇଁ-ଭଣଜା ହେବେ, ସୁରଜକୁଣ୍ଡ ଧାମରେ ବିବାହ କରିଛନ୍ତି। ସୂଚନା ଅନୁଯାୟୀ, ମାସିପିଢୀର ମୁକେଶ ମଣ୍ଡଳ ବରକଠା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ସେ ବୀରବଲ ମହାତୋଙ୍କ ପୁଅ କୁଶ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପତ୍ନୀଙ୍କୁ ଅପହରଣ କରି କେଉଁଆଡେ ନେଇଯାଇଛନ୍ତି। ତେବେ ଘଟଣାର ୩୭ ଦିନ ପରେ ଉଭୟ ପ୍ରେମିକ-ପ୍ରେମିକା ସୁରଜକୁଣ୍ଡ ଧାମରେ ପହଞ୍ଚି ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି। ମହିଳାଙ୍କର ଏକ ଶିଶୁକନ୍ୟା ଅଛି ଯାହାକୁ ତାଙ୍କ ପୂର୍ବତନ ସ୍ୱାମୀ ରଖିଛନ୍ତି। ପ୍ରେମୀ ଯୁଗଳ ସମ୍ପର୍କରେ ମାଇଁ-ଭଣଜା ହେବେ। ଦୁହେଁ ପ୍ରେମ ବିବାହ କରି ସମ୍ପର୍କକୁ ଖରାପ କରିଛନ୍ତି। ମାଇଁ ଭଣଜାଙ୍କ ଏହି ବିବାହ ଚର୍ଚ୍ଚାର ବିଷୟ ପାଲଟିଛି।

‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories