www.samajalive.in
Sunday, December 7, 2025
18.1 C
Bhubaneswar

ନିଟ୍‌ ଉପରେ ବଡ଼ ନିଷ୍ପତ୍ତି: ଗ୍ରେସ୍‌ ମାର୍କ ରଦ୍ଦ, ଆଉଥରେ ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହୋଇଛି। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କେନ୍ଦ୍ର କହିଛି, ନିଟ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍‌ ମାର୍କ ପ୍ରଦାନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିଛି ନେସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)। ତେଣୁ ଗ୍ରେସ୍‌ ମାର୍କ ପାଇଥିବା ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡିବ। ସେମାନଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ଜୁନ୍ ୨୩ ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ ସୁଦ୍ଧା ଘୋଷଣା କରାଯିବ। ବଡ଼ କଥା ହେଉଛି, ୬ ଜୁଲାଇରେ ହେବାକୁ ଥିବା କାଉନ୍‌ସେଲିଂ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।

ଗ୍ରେସ୍‌ ମାର୍କକୁ ନେଇ ଏନଟିଏ ସୁପ୍ରିମକୋର୍ଟଙ୍କୁ କହିଛି, ଯେଉଁ ୧୫୬୩ ଛାତ୍ରଛାତ୍ରୀ ଗ୍ରେସ୍‌ ମାର୍କ ପାଇଛନ୍ତି, ସେମାନଙ୍କୁ ଆଉଥରେ ପରୀକ୍ଷା ଦେବାର ବିକଳ୍ପ ଦିଆଯାଇଛି। ଯେଉଁ ଛାତ୍ରଛାତ୍ରୀ ପୁନର୍ବାର ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି ସେମାନଙ୍କୁ ଗ୍ରେସ୍‌ ମାର୍କ ବିନା ତାଙ୍କ ମୂଳ ନମ୍ବର ଦିଆଯିବ।

- Advertisement -

ସୂଚନାଯୋଗ୍ୟ, ନିଟ୍‌‌-ୟୁଜି ବିବାଦ ପ୍ରସଙ୍ଗରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପରୀକ୍ଷା ରଦ୍ଦ ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଟିସନ୍‌ ଦାଖଲ ହୋଇଥିଲା। ଏହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହାସହ ଏନଟିଏକୁ ନୋଟିସ୍ ମଧ୍ୟ ଜାରି କରି ଜବାବ ମାଗିଥିଲେ ସୁପ୍ରିମକୋର୍ଟ।

ନିଟ୍ ପରୀକ୍ଷା ମେ’ ୫ରେ ହୋଇଥିଲା ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା। ଏହାପରଠାରୁ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରିଥିଲେ। ଏପରିକି ଏହି ପରୀକ୍ଷାକୁ ରଦ୍ଦ କରିବାକୁ ଦାବି କରିଥିଲେ। ପରୀକ୍ଷାଫଳରେ ହେରଫେର ହୋଇଥିବା ଅଭିଯୋଗ ଆଣିଥିଲେ ଛାତ୍ରଛାତ୍ରୀ। ଗ୍ରେସ୍ ନମ୍ବର ଦେବାରେ ମନମାନୀ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ଗୋଟିଏ ପରୀକ୍ଷା କେନ୍ଦ୍ରର ୬୭ ଜଣ ଛାତ୍ରଛାତ୍ରୀଙ୍କୁ ପୂରା ୭୨୦ ମାର୍କ ମିଳିଥିଲା, ଯାହାକୁ ନେଇ ବିବାଦ ଘନେଇଥିଲା। ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

 

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories