ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ, ଚତୁର୍ଥ ଥର ପାଇଁ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ
ଅମରାବତୀ: ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚତୁର୍ଥ ଥର ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚନ୍ଦ୍ରବାବୁ। ରାଜ୍ୟପାଳ ଏସ. ଅବଦୁଲ ନଜୀର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ପାଠ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ନାଇଡୁ ସରକାରରେ ଟିଡିପିରୁ ୨୧, ଜନସେନାରୁ ଦୁଇ ଓ ବିଜେପିରୁ ଜଣେ ମନ୍ତ୍ରୀ ମଧ୍ୟ ଶପଥ ନେବେ। ଏହା ପୂର୍ବରୁ ମଙ୍ଗଳବାର ଟିଡିପି ଓ ଏନଡିଏ ଚନ୍ଦ୍ରବାବୁ ନାଇଡୁଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଥିଲେ।
Comments are closed.