www.samajalive.in
Sunday, December 7, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝି

ଭୁବନେଶ୍ଵର: ସବୁ କଳ୍ପନାଜଳ୍ପନାର ପୂର୍ଣ୍ଣଚ୍ଛେଦ ପଡିଛି। କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ମୁଣ୍ଡରେ ସୁନାକଳସ ଢାଳିଛି ଦଳ। ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଭାବେ ସେ ଆଜି ଶପଥ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବରିଷ୍ଠ ନେତା ତଥା ପାଟଣାଗଡର ବିଧାୟକ କନକବର୍ଦ୍ଧନ ସିଂହଦେଓ ଏବଂ ନିମାପଡାର ବିଧାୟିକା ପ୍ରଭାତୀ ପରିଡା ମଧ୍ୟ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତି ପରିଡା ମଧ୍ୟ ମାଲ୍ୟାର୍ପଣ ଅର୍ପଣ କରିଥିବା ଦେଖିବାକୁ ମିଳିଛି।  ମାଲ୍ୟାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପ୍ରଥମେ ୧୦୦ଦିନର କାର୍ଯ୍ୟକ୍ରମ ରଖାଯିବ ଏବଂ ଗରିବ ଲୋକଙ୍କ ପାଇଁ କାମ କରାଯିବ। ଦଳର ଚିନ୍ତାଧାରାକୁ ନେଇ ବିଜେପି ସଂକଳ୍ପପତ୍ରରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ସବୁ କଥା ପୂରଣ କରିବା ଦିଗରେ କାର୍ଯ୍ୟ କରାଯିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories