www.samajalive.in
Monday, December 15, 2025
15.1 C
Bhubaneswar

ଘଟଯାତ୍ରାରେ ଆକର୍ଷଣ ସାଜିଲା ପୌରାଣିକ ନୃତ୍ୟ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଜୁମୁରୁଗୁଡା ଗ୍ରାମରେ ଚଳିତ ମାସ ୫ ତାରିଖଠାରୁ ମହାଆଡମ୍ବର ସହକାରେ ଆରମ୍ଭ ହୋଇଛି ଘଟଯାତ୍ରା। ଏହି ଘଟ ଯାତ୍ରା ୭ ଦିନ ଧରି ଚାଲୁ ରହିବ। ପରମ୍ପରା ଅନୁଯାୟୀ ପ୍ରଥମେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ଗ୍ରାମ ଦେବତୀଙ୍କୁ ନିମନ୍ତ୍ରଣ କରି ଅଣାଯାଇ ଗ୍ରାମରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ସ୍ଥାପନ କରାଯାଇଥିଲା । ପର୍ବର ପ୍ରଥମ ଦିବସରେ ଗ୍ରାମରେ ସନ୍ଧି ପୂଜା କରାଯାଇ ସନ୍ଧ୍ୟାରେ ମାଙ୍କ ସ୍ଥାୟୀ ପୀଠରେ ଗ୍ରାମବାସୀମାନେ ପହଞ୍ଚି ପୂଜା ପାଠ କରିବା ସହ ମାଙ୍କୁ ଆବାହନ କରିଥିଲେ। ମାଙ୍କ ଆଜ୍ଞାମାଳ ମିଳିବା ପରେ ଏକ ବିରାଟ ଶୋଭାଯାତ୍ରାରେ ବାଦ୍ୟ, ଶଙ୍ଖ, ହୁଳହୁଳି, ବାଣ ଫୁଟାଇ ମାଙ୍କୁ ଅସ୍ଥାୟୀ ମଣ୍ଡପକୁ ଆଣିଥିଲେ।

ଦ୍ୱିତୀୟ ଦିବସଠାରୁ ଅସ୍ଥାୟୀ ମଣ୍ଡପରେ ବେଜୁଙ୍କ(ପୂଜାରୀ) ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଗ୍ରାମର ପ୍ରତ୍ୟେକ ସାହିରେ ସନ୍ଧ୍ୟା ସମୟରେ ଘଟହାଣ୍ଡି ପରିକ୍ରମା କରାଯାଇଥିଲା। ସେହି ସମୟରେ ଗ୍ରାମବାସୀ ହଳଦୀ ପାଣି ଦ୍ଵାରା ପୂଜକଙ୍କ ଗଡ଼ ଧୋଇ ନିଜ ନିଜ ଘରକୁ ପାଛୋଟି ନେଇଥାନ୍ତି। ସେଠାରେ ପୂଜକ ପରିବାରର ମଙ୍ଗଳ ମନାସିବା ସହ ଆଶୀର୍ବାଦ ଦେଇଥାନ୍ତି। ସେହିଭଳି ଗ୍ରାମର କିଛି ଯୁବତୀ ନିଷ୍ଠାର ସହ ଉପବାସ ରହି ନିଜ ମସ୍ତକରେ ଘଟହାଣ୍ଡି ମୁଣ୍ଡେଇ ଗ୍ରାମ ପରିକ୍ରମା କରିଥାନ୍ତି। ଦେଶିଆ ବାଜାର ତାଳେ ତାଳେ ବେଜୁ ଓ ଜାନି ମିଶି ଘଟହାଣ୍ଡି ସହ ଗ୍ରାମର ପ୍ରତ୍ୟେକ ସାହିରେ ପୂଜା ପାଆନ୍ତି।

- Advertisement -

ଏହାପରେ ଗ୍ରାମର ମାନସିକଧାରି ବ୍ୟକ୍ତି ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ମନରୋଞ୍ଜନ କରିଥାନ୍ତି । ସବୁଠୁ ଆକର୍ଷଣୀୟ ସାଜିଥିଲା ବେଜୁ ନାଚ ସାଙ୍ଗକୁ ଗ୍ରାମବାସୀମାନଙ୍କ ଦ୍ଵାରା ପୌରାଣିକ କଥାବସ୍ତୁ ନାଟକ। ଦୀର୍ଘ ୬ ବର୍ଷ ପରେ ଚଳିତବର୍ଷ ଏହି ଘଟ ଯାତ୍ରା ପାଳନ କରାଯାଇ ଥିବାରୁ ଜୁମୁରୁଗୁଡ଼ା ଗ୍ରାମରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ବିଭିନ୍ନ ଆଲୋକ ରଙ୍ଗରେ ଗ୍ରାମ ଚାରିପଟେ ସଜ୍ଜିତ କରାଯାଇଥିବା ବେଳେ ପାଖଆଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଆସି ମାଙ୍କୁ ଦର୍ଶନ କରିବା ସହ ନାଚ ଗୀତର ଆନନ୍ଦ୍ ନେଉଛନ୍ତି । ବିଶ୍ୱାସ ରହିଛି ଯେ ଏହି ଘଟଯାତ୍ରା ପାଳନ କରିବା ଦ୍ୱାରା ଗ୍ରାମର ମଙ୍ଗଳ ହେବା ସହ ଫସଲ ମଧ୍ୟ ଭଲ ହୋଇଥାଏ। ବିଶେଷକରି ଏହି ଘଟଯାତ୍ରା ପାଇଁ ଏକ ପୂଜା କମିଟି ଗଠନ କରାଯାଇ ସମସ୍ତ କର୍ମକର୍ତ୍ତାଙ୍କୁ ଚୟନ କରି ବିଭିନ୍ନ କାର୍ୟ୍ୟକ୍ରମରେ ନିୟୋଜିତ କରାଯାଇଥିବା ବେଳେ ଯୁବଗୋଷ୍ଠୀ ସସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆସନ୍ତା ୧୨ ତାରିଖରେ ମାଙ୍କୁ ବିଦାୟ ଦେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories