www.samajalive.in
Monday, December 15, 2025
26.1 C
Bhubaneswar

ପାଟଣା ବନାଞ୍ଚଳରେ ସକ୍ରିୟ କାଠ ମାଫିଆ, ଦିନ ଦ୍ୱିପ୍ରହରରେ ବେଧଡକ ଚାଲିଛି କାଠ ଲୁଟ୍‌‌

ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ କାଠ ମାଫିଆ ସକ୍ରିୟ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ ବଡ଼ ବଡ଼ ଗଛ କାଟି ଟ୍ରକ ସାହାଯ୍ୟରେ ଚାଲାଣ କରୁଛନ୍ତି। ସବୁ ଜାଣି ନ ଜାଣିଲା ଭଳି ଚୁପ ବସିଛି ବନ ବିଭାଗ।

ପାଟଣା ବନାଞ୍ଚଳ କେନ୍ଦେଇପଶି ବିଟ୍ ଅନ୍ତର୍ଗତ ଜହ୍ନେଇପଶି ଗ୍ରାମ୍ୟ ଜଙ୍ଗଲରୁ ମାଫିଆମାନେ ବଡ଼ବଡ଼ ୟୁକାଲିପଟାସ ଗଛ କାଟି ଟ୍ରକରେ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ମାଫିଆମାନେ ଚଞ୍ଚକତା କରି ପ୍ରଥମେ କିଛି ପଟ୍ଟା ଭୁକ୍ତ ଜାଗା ଦେଖାଇ ଗଛ କାଟିବା ପାଇଁ ଅନୁମତି ପାଇବା ପରେ ସେହି ଅନୁମତିରେ ଅନ୍ୟ ଅଞ୍ଚଳରେ ସରକାରୀ ଜାଗାରେ ଥିବା ଶହ ଶହ ଗଛ କାଟି ନେଉଛନ୍ତି।

- Advertisement -

ଏ ନେଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କୁ ପଚାରିବାରୁ ପଟ୍ଟା ଭୁକ୍ତ ଜାଗାରୁ ଗଛ କଟାଯାଉଥିବା କହିଥିବା ବେଳେ କଟାଯାଇଥିବା ଗଛ ମଧ୍ୟରୁ କିଛି କାଠ ଜବତ କରାଯାଇ ଟ୍ରାକ୍ଟର ସହାୟତାରେ ଖୀରେଇଟାଙ୍ଗିରୀ ବନ କାର୍ୟ୍ୟାଳୟକୁ ଅଣାଯାଇଥିବା ସୂଚନା ଦେଇଛନ୍ତି। ଅନ୍ୟ ପଟେ ପ୍ରଚଣ୍ଡ ରୌଦ୍ରତାପ ସମୟରେ ଗଛ କଟାଯାଉଥିବାରୁ ପରିବେଶବିତଙ୍କ ମନରେ ଅସନ୍ତୋଷ ଦେଖା ଦେବା ସହ କାଠ ମାଫିଆଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories