www.samajalive.in
Friday, December 5, 2025
20.1 C
Bhubaneswar

୨୮୬ ଲିଟର ଦେଶୀ ମଦ ସହ କାର ଜବତ: ମହିଳା ସମେତ ୬ ଗିରଫ

ସମ୍ବଲପୁର: ବେଆଇନ ଭାବରେ ଦେଶୀ ମଦ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ। ଅବକାରୀ ବିଭାଗର ପେଟ୍ରୋଲିଂ ସମୟରେ ଏକ କାର ସହିତ ବିପୁଳ ଦେଶୀ ମଦ ଜବତ କରାଯାଇଛି। ରବିବାର ପେଟ୍ରୋଲିଂ ସମୟରେ ଧମା–ସମ୍ବଲପୁର ରାସ୍ତାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଆସୁଥିବା ଏକ କଳା ରଙ୍ଗର କାରକୁ ଅଟକା ଯାଇଥିଲା। କିନ୍ତୁ ଗାଡିଟି ନ ଅଟକି ଫେରାର ଉଦ୍ୟମ କରୁଥିବା ବେଳେ ତାକୁ ଗୋଡାଇ ଗୋଡାଇ ଧରିଥିଲା ଅବକାରୀ ବିଭାଗ। ତେବେ ଗାଡିର ଚାଳକ ଭଗତ ଓରାମ ଫେରାର ମାରିଥିବା ବେଳେ ଗାଡିରେ ଥିବା ଧନୁପାଲି ଥାନାଅର୍ନ୍ତଗତ ନିବାସୀ ମହିଳା ବବିତା ଓରାମଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଗାଡିର ଯାଞ୍ଚ ସମୟରେ ୨୦୦ ଲିଟର ଅଧିକ ଦେଶୀ ମଦ ଜବତ କରାଯାଇଛି। ଘଟଣାରେ ଏକ ମାମଲା ରୁଜୁ କରି ଅବକାରୀ ବିଭାଗ ମହିଳାଙ୍କୁ ଗିରଫ କରିବା ସହିତ ଦେଶୀ ମଦ ଓ କାରକୁ ଜବତ କରିଛି।
ବେଆଇନ ଦେଶୀ ମଦ ଉପରେ ଚଢ଼ଉ ଅଭିଯାନ କ୍ରମରେ ଅନ୍ୟ ୫ଟି ସ୍ଥାନରେ ଚଢ଼ଉ କରାଯାଇ ୫ ଜଣଙ୍କୁ ଗିରଫ କରାଯିବା ସହିତ ସମୁଦାୟ ୨୮୬ ଲିଟର ଦେଶୀ ମଦ ଜବତ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୂଯାୟୀ, ଭାଲୁକୁଣ୍ଡା ଗ୍ରାମରେ ଚଢ଼ଉ ସମୟରେ ସଚିତା କିଷାନଙ୍କ ନିକଟରୁ ୧୬ ଲିଟର, ବିଶାଲଖିଣ୍ଡା ଗ୍ରାମରେ ଚଢ଼ଉ ସମୟରେ ଅର୍ଜୁନ ବଗର୍ତ୍ତୀଙ୍କ ନିକଟରୁ ୧୮ ଲିଟର, ପାବପାଲି ଗ୍ରାମର ସନ୍ତୋଷ ଜୟସୱାଲଙ୍କ ନିକଟରୁ ୧୬ ଲିଟର, ମାଝିପାଲି ଗ୍ରାମରେ ଜତିନ କେନ୍ଦୁଙ୍କ ନିକଟରୁ ୧୭ ଲିଟର ଓ ଠିବରୁ କେନ୍ଦୁଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ ବେଆଇନ ଭାବରେ ରଖାଯାଇଥିଲା। ୫ଟି ପୃଥକ ପୃଥକ ମାମଲା ରୁଜୁ କରି ଅବକାରୀ ବିଭାଗ ତରଫରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ସହିତ ଦେଶୀ ମଦ ଗୁଡିକୁ ଜବତ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories