ଆର୍ଥିକ ସ୍ଥିତି ସୁଦୃଢ ହେବ, ବ୍ୟବସାୟ ଆଗକୁ ବଢାଇବେ: ଶନିବାର ରାଶିଫଳ
ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହୋଇ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଭାଷା ନମନୀୟ ଓ କମନୀୟ ହେଉଥିବାବେଳେ ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଭକ୍ତିପୂତ ସମ୍ମାନ ମିଳିବ। ସୁସ୍ଥ ଜୀବନ ବିତାଇବେ।
ବୃଷ : ସୌଭାଗ୍ୟଶାଳୀ ହୋଇପାରନ୍ତି। ସଂଯମପୂର୍ଣ୍ଣ ସତ୍ଚରିତ୍ରତାର ନିଦର୍ଶନ ହେବେ। ନିଜ କର୍ତ୍ତବ୍ୟ ରଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ।
ମିଥୁନ: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ହେବେ। ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ।
କର୍କଟ:କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି ସ୍ବାର୍ଥ ହାସଲ କରିପାରନ୍ତି। ମନରେ ଆତ୍ମପ୍ରତ୍ୟେୟ ସୃଷ୍ଟି ହେବ। ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ।
ସିଂହ: ସମାଜ ସଂସ୍କାରକଙ୍କ ବ୍ୟକ୍ତିତ୍ବର ଝଲକରେ ଅନୁପ୍ରାଣୀତ ହୋଇ ପରମାର୍ଥ ପନ୍ଥା ଅନୁସରଣ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଯଶସ୍ବୀ ଓ ଲୋକପ୍ରିୟ ହେବେ। ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରି ଯଶସ୍ବୀ ହେବେ। ପରସ୍ପର ସ୍ନେହ ବନ୍ଧନରେ ଅନୁବନ୍ଧିତ ହୋଇ ଘରକୁ ବୈକୁଣ୍ଠ ତୁଲ୍ୟ କରିପାରନ୍ତି। ଦୟାର୍ଦ୍ରଚିତ୍ତ ହେବେ। ସ୍ବକୀୟ ଗୁଣ ପାଇଁ ପୂଜ୍ୟ ହୋଇପାରନ୍ତି। ସୁସ୍ଥ ରହିବେ।
ତୁଳା: ଫଳପ୍ରଦ କର୍ମରେ ନିଜକୁ ନିୟୋଜିତ କରି ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ହୃଦୟର ହେବେ। ଦାମ୍ପତ୍ୟ ସୁଖ ମିଳିବ।
ବିଛା: ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ହ କରିପାରନ୍ତି। ଧୈର୍ଯ୍ୟ ସାହସ ସଞ୍ଚୟ କରି ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବେ। କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ।
ଧନୁ: ସେବା ଭାବନାରେ ଉନ୍ମୁଖ ହେବେ। ସମାଜସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ଶାଶ୍ବତ ସୁଖର ସନ୍ଧାନୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ।
ମକର: ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ସୀମାହୀନର ସୀମା ଓ ଅସ୍ତିତ୍ବହୀନର ସ୍ଥିତି କଳନା କରିବା ଦୂରୁହ ହୋଇଥିଲେ ମଧ୍ୟ ଆପଣ ତା’ର କଳନା କରି ସର୍ବଜୟୀ ହେବେ। ଜ୍ଞାନପ୍ରାପ୍ତ ହେବେ।
କୁମ୍ଭ: କର୍ମଚଞ୍ଚଳ ରହିବେ। ଆଶା କରୁନଥିବା ସ୍ଥାନରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ, ତେଜସ୍ବୀ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସନ୍ମାର୍ଗୀ ହେବେ। ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାବଛ ଅତିକ୍ରମ କରିବେ।
ମୀନ: ମହତ୍ ପ୍ରୟାସୀ ହୋଇପାରନ୍ତି। ଉଦାର ଚେତା, ଉଦାର ଚରିତ ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ସନ୍ମାର୍ଗୀ ହୋଇ ନିଜର ଉତ୍ତର ଦାୟିତ୍ବ ନିର୍ବାହ କରିପାରନ୍ତି। ମାତୃସେବା ବ୍ରତ ଆଚରଣ କରିପାରନ୍ତି।
Comments are closed.