କୁଟିଙ୍ଗାରୁ ଖାଲକଣାକୁ ଡେଇଁଲା ଆନ୍ଥ୍ରାକ୍ସ
ଲକ୍ଷ୍ମୀପୁର: ଉପର କୁଟିଙ୍ଗା ପରେ ଖାଲକଣା ଗାଁକୁ ଡେଇଁଲା ଆନ୍ଥ୍ରାକ୍ସ। ଖାଲକଣା ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତ ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି।
ସୂଚନାଯୋଗ୍ୟ ସପ୍ତାହକ ତଳେ ଲକ୍ଷ୍ମୀପୁର ବ୍ଲକର ଉପର କୁଟିଙ୍ଗା ଗ୍ରାମରେ ୨ ଜଣ ଆକ୍ରାନ୍ତ ହୋଇଥିଲେ। ତେବେ ଏହାର ନିକଟବର୍ତ୍ତୀ ଖାଲକଣା ଗ୍ରାମରେ ତିନିଜଣଙ୍କୁ ଆନ୍ଥ୍ରାକ୍ସ ହେବା ଖବର ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ରୋଗୀ ରୋଗୀଣା ମଲା ପଶୁ ପକ୍ଷୀ ମାଂସ ଖାଇବା ଦ୍ବାରା ଏହି ମାରାତ୍ମକ ରୋଗ ହୋଇଥାଏ। ସଚେତନତା ଅଭାବ ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି ।
Comments are closed.