www.samajalive.in
Tuesday, December 9, 2025
23.1 C
Bhubaneswar

ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଅନୁମୋଦନ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ସହ ଭିସ୍ତାରା ମିଶ୍ରଣକୁ ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ (ଏନ୍‌ସିଏଲଟି) ଅନୁମୋଦନ ଦେଇଛି। ଫଳରେ ଉଭୟ ଟାଟା ଗ୍ରୁପ୍‌ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି। ୨୦୨୨ ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା ହୋଇଥିଲା। ଭିସ୍ତାରାର ୪୯% ଅଂଶଧନ ସିଙ୍ଗାପୁର ଏୟାରଲାଇନ୍ସ ଅଧୀନରେ ଥିବା ବେଳେ ଏୟାର ଇଣ୍ଡିଆ ସହ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସକୁ ୨୫.୧% ଅଂଶଧନ ମିଳିବ। ଏଥିସହ ଏନ୍‌ସିଏଲଟି ଏହା ମଧ୍ୟ ନିର୍ଦେଶ ଦେଇଛି ଯେ ୯ ମାସ ମଧ୍ୟରେ ଏୟାର ଇଣ୍ଡିଆ ଏହି ମିଶ୍ରଣ ପ୍ରକ୍ରିୟା ଶେଷ କରିବ। ଚଳିତବର୍ଷ ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ଶେଷ ହେବ ବୋଲି ଏୟାର ଇଣ୍ଡିଆ ସିଇଓ କାମ୍ପବେଲ୍‌ ୱିଲ୍‌ସନ କହିଛନ୍ତି। ନିକଟରେ ଏୟାର ଇଣ୍ଡିଆ ଗ୍ରୁପ୍‌ର ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ଏୟାର ଏସିଆ ଇଣ୍ଡିଆ ୪୭୦ ବିମାନ ପାଇଁ ଅର୍ଡର ଦେଇଛନ୍ତି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories