www.samajalive.in
Saturday, December 6, 2025
14.1 C
Bhubaneswar

ନବୀନ ନିବାସରେ ଅରୁଣ ପଟ୍ଟନାୟକ: ସାନ୍ତ୍ୱନା ଦେବାକୁ ଆସିଛନ୍ତି ନା ଉତ୍ତରାଧିକାରୀ ହେବେ

ଭୁବନେଶ୍ଵର: ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟ ପରେ ବିଜୁ ପଟ୍ଟନାୟକଙ୍କ ନାତି ତଥା ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ଓଡିଶା ଆସିଥିବା ସୂଚନା ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ସେ ଦିଲ୍ଲୀରୁ ଆସି ସିଧାସଳଖ ନବୀନ ନିବାସ ଯାଇଥିଲେ।  ବିମାନ ବନ୍ଦରରେ  ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଉଭୟ ଅରୁଣ ଓ ପାଣ୍ଡିଆନଙ୍କୁ ସ୍ଵାଗତ କରିଥିଲେ। ସମସ୍ତେ ନବୀନ ନିବାସରେ କିଛି ସମୟ ବିତାଇବା ପରେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ନିଜ ଘରକୁ ଫେରିଛନ୍ତି। ନବୀନ ନିବାସରେ ନବୀନଙ୍କ ସହ ଅରୁଣ ଥିବା ଜଣାପଡିଛି । ବିଜେଡିର ସ୍ଥାୟୀତ୍ଵକୁ ନେଇ ଆଶଙ୍କା ଲାଗି ରହିଥିବାରୁ  ବୋଧହୁଏ ନବୀନ  ସକ୍ରିୟ ଥିବା ଅବସ୍ଥାରେ ଅରୁଣଙ୍କୁ ଦଳର ନେତୃତ୍ଵ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ବିଜେଡି ନେତା ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ପଦ ଯିବା ପରେ କାଳେ ନବୀନ ମାନସିକସ୍ତରରେ ଭାଙ୍ଗିପଡିବେ , ସେଥିପାଇଁ ସାନ୍ତ୍ଵନା ଦେବାକୁ ଅରୁଣ ଭୁବନେଶ୍ଵର ଆସିଥିବା କିଛି ବିଜେଡି ନେତା କହୁଛନ୍ତି। ଅରୁଣ ଦୁଇ ତିନି ଦିନ ରହି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କଣ ରହୁଛି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories