www.samajalive.in
Saturday, December 6, 2025
15.1 C
Bhubaneswar

କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡି ମୂଳପୋଛ, ପ୍ରଥମ ଥର ଫୁଟିଲା ପଦ୍ମ

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ଟି ବିଧାନସଭା ଆସନରୁ ମୂଳପୋଛ ହୋଇଛି ବିଜେଡି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା କୋରାପୁଟ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀମାନେ ୩ଟିରେ ବିଜୟୀ ହୋଇଥିବା ବେଳେ ପ୍ରଥମ କରି ବିଜେପି ଖାତା ଖୋଲି ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଆସନରେ ବାଜିମାତ୍ କରିଛି । କଂଗ୍ରେସ ଲକ୍ଷ୍ମୀପୁର, ଜୟପୁର ଓ ପଟ୍ଟାଙ୍ଗୀ ଆସନକୁ ହାତେଇ ଥିବାବେଳେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବିଜେପି ପ୍ରାର୍ଥୀ ଜୟଯୁକ୍ତ ହୋଇଛନ୍ତି ।

ଲକ୍ଷ୍ମୀପୁରରେ କଂଗ୍ରେସର ପବିତ୍ର ସାଉନ୍ତା ଜିତିଥିବା ବେଳେ , ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରାମଚନ୍ଦ୍ର କାଡାମ ଓ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ତାରା ପ୍ରସାଦ ବାହିନୀପତି ବିଜୟ ଲାଭ କରିଛନ୍ତି । ସେହିପରି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ଜିତିଛନ୍ତି । ସେହିପରି ରାୟଗଡା ଜିଲାରେ ଥିବା ୩ଟି ଆସନ ଯାହା ବିଜେଡି ହାତରେ ଥିଲା ତାହା ଖସିଯାଇଛି । ଏହି ଜିଲ୍ଲାରେ ଥିବା ବିଷମକଟକ ଆସନରେ ନୀଳ ମାଧବ ହିକକା ଜିତିଥିବା ବେଳେ ଗୁଣୁପୁର ଆସନରେ କଂଗ୍ରେସର ସତ୍ୟଜିତ୍ ଗମାଙ୍ଗ ଓ ରାୟଗଡା ଆସନରେ କଂଗ୍ରେସର ଆପଲ ସ୍ବାମୀ କାର୍ଡାକା ବିଜୟୀ ହୋଇଛନ୍ତି । ତେବେ ୨୦୧୯ ନିର୍ବାଚନରେ କୋରାପୁଟ ଲୋକସଭା କ୍ଷେତ୍ରରେ ୭ଟି ଆସନରୁ କଂଗ୍ରେସର ତାରାପ୍ରସାଦ ବାହିନୀ କେବଳ ଜୟପୁର ଆସନରୁ ଜିତିଥିବା ବେଳେ ଅନ୍ୟ ୬ ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀମାନେ ଜିତିଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ବିଜେଡି ମୂଳପୋଛ ହୋଇ ଯାଇଥିବା ବେଳେ କଂଗ୍ରେସ ଅଧିକ ୫ଟି ଆସନ ଜିତିଛି। ବିଜେପି ପ୍ରଥମ ଥର କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜିମାତ୍ କରି ଖାତା ଖୋଲିବାରେ ସକ୍ଷମ ହୋଇଛି ।

- Advertisement -

ତେବେ କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡିର ଯେଉଁ ପ୍ରାର୍ଥୀମାନେ ପରାଜୟ ବରଣ କରିଛନ୍ତି ସେମାନେ ହେଲେ ଲକ୍ଷ୍ମୀପୁରରେ ୨୦୧୯ରେ ବିଧାୟକ ଓ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଭୁ ଜାନୀ, କୋରାପୁଟରୁ ବିଧାୟକ ଥିବା ରଘୁରାମ ପାଡାଲ, ପଟ୍ଟାଙ୍ଗୀ ବିଧାନସଭା ଆସନରେ ପ୍ରଫୁଲ ପାଙ୍ଗୀ, ଜୟପୁରରେ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ରାୟଗଡ଼ାରେ ଅନସୂୟା ମାଝି ଓ ଗୁଣୁପୁର ରଘୁନାଥ ଗମାଙ୍ଗ ପରାଜୟ ବରଣ କରିଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ଥାଇ ନବରଙ୍ଗପୁର ଲୋକସଭା ଅଧୀନରେ ଥିବା କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ମାଝିଙ୍କୁ ହରାଇ ବିଜେପି ପ୍ରାର୍ଥୀ ରୁପୁ ଭତ୍ରା ନିର୍ବାଚିତ ହୋଇଛନ୍ତି । ଆଦିବାସୀ ଊନ୍ନୟନ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକ ବିଧାନସଭା ଆସନରୁ ମଧ୍ୟ ପରାଜିତ ହୋଇଛନ୍ତି। କହିବାକୁ ଗଲେ ପ୍ରଥମ ଥର କୋରାପୁଟ ଜିଲ୍ଲାରେ ବିଜେପି ଦୁଇଟି ଆସନ ପାଇ ଡଙ୍ଗର ଭୂଇଁରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଛନ୍ତି । ସେହିପରି ତାରାପ୍ରସାଦ ବାହିନୀ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ହ୍ୟାଟ୍ରିକ୍ କରି ରେକର୍ଡ ସୃଷ୍ଟି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories