www.samajalive.in
Saturday, December 13, 2025
23.1 C
Bhubaneswar

ମୋଦୀ-ଶାହ ନିବେଶକଙ୍କ ୩୦ ଲକ୍ଷ କୋଟି ବୁଡାଇଛନ୍ତି: ରାହୁଲ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ୪ ଜୁନ ଫଳାଫଳ ଦିନ ଷ୍ଟକ୍ ମାର୍କେଟର ହ୍ରାସକୁ ବଡ ଘୋଟାଲା ବୋଲି କହିଛନ୍ତି । ସେ ଏହାର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି । ରାହୁଲ କହିଛନ୍ତି କି ୩୧ ମେରେ ଷ୍ଟକ୍ ମାର୍କେଟ୍ ସକ୍ରିୟ ଥିଲା । ସମସ୍ତେ ଖୁସି ଥିଲେ । ହଜାର ହଜାର କୋଟି ଟଙ୍କା ନିବେଶ ହୋଇଥିଲା । କିନ୍ତୁ ପରେ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଛି । ଏହା ଦେଶର ସବୁଠାରୁ ବଡ ସ୍କାମ୍ ବୋଲି ସେ କହିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି କି ‘ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ କି ଆଗାମୀ ୪ ଜୁନରେ ଲୋକସଭା ନିର୍ବାଚନର ଫଳାଫଳ ଆସିବ । ଏହା ପରେ ସେୟାର ବଜାର ଆକାଶ ଛୁଇଁବ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେୟାର ବଜାର ବଢିବା ପରେ ଲୋକଙ୍କୁ ସେୟାର କିଣିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳ ଦିନ ସେନସେକ୍ସରେ ୪୩୮୯ ପଏଣ୍ଟ(୫.୭୪ ପ୍ରତିଶତ)ର ହ୍ରାସ ଦେଖିବାକୁ ମିଳିଥିଲା । ଏଥିରେ ନିବେଶକଙ୍କୁ ୩୦ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା । ୪ ଜୁନରେ ବିଏସଇରେ ତାଲିକାଭୁକ୍ତ କମ୍ପାନୀମାନଙ୍କ ଓଭର ଅଲ୍ ମାର୍କେଟ୍ କ୍ୟାପ୍ ୩୯୫ ଲକ୍ଷ କୋଟି ଟଙ୍କା ହୋଇଯାଇଥିଲା । ଦିନକ ପୂର୍ବରୁ ଏହା ପ୍ରାୟ ୪୨୬ ଲକ୍ଷ କୋଟି ଟଙ୍କା ଥିଲା ।’

କଙ୍ଗନାଙ୍କୁ ଚାପୁଡ଼ା ମାରିଲେ ସିଆଇଏସଏଫ କର୍ମୀ

- Advertisement -

କହିରଖୁଛୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି ୧୦ ବର୍ଷ  ପୂର୍ବରୁ ବିଜେପି ସରକାର ଆସିବା ପରେ ସେୟାର ବଜାର ବଢିଥିଲା । ଅନେକ ସରକାରୀ କମ୍ପାନୀଙ୍କ ସେୟାର ଗତ ୨ ବର୍ଷରେ ୧୦ ଗୁଣାରୁ ଅଧିକ ବଢିଯାଇଥିବା ସେ କହିଥିଲେ । ଏହା ପରେ ନିବେଶ ବଢିଥିଲା ।

Hot this week

କଲକାତାରେ ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories