ଶୃଙ୍ଖଳିତ ଭାବେ ଶେଷ ହେଲା ନିର୍ବାଚନ
ଆଠଗଡ଼: ଆଠଗଡ଼ ଓ ବଡମ୍ବା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଶୃଙ୍ଖଳିତ ଓ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆଠଗଡ଼ରେ ୮୧.୧୬% ଓ ବଡମ୍ବାରେ ୭୬.୫୬% ମତଦାନ ହୋଇଥିଲା। ଉଭୟ ନିର୍ବାଚନ ମଣ୍ଡଳୀର କେତେକ ବୁଥରେ ସାମାନ୍ୟ ଉତ୍ତେଜନା ଓ କାଁ ଭାଁ ଗଣ୍ଡଗୋଳ ବ୍ୟତୀତ ସବୁସ୍ଥାନରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହୋଇଥିଲା। ମେ ୨୫ରେ ନିର୍ବାଚନ ଏବଂ ଜୁନ ୪ତାରିଖରେ ଭୋଟ ଗଣତି ସହିତ ଫଳାଫଳ ଘୋଷଣା ହେବା ପରେ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଶେଷ ପର୍ଯ୍ୟାୟରେ ଜୁନ୍ ୫ତାରିଖ(ବୁଧବାର) ଗୋପବନ୍ଧୁ ବିଜ୍ଞାନ କଲେଜରେ ଥିବା ଉଭୟ ନିର୍ବାଚନ ମଣ୍ଡଳୀର ବିଧାନସଭା ଓ ଲୋକସଭା ନିର୍ବାଚନରେ ବ୍ୟବହୃତ ସମସ୍ତ ଇଭିଏମ୍ କଡା ପୁଲିସ ସୁରକ୍ଷା ବଳୟରେ କଟକ ଜିଲ୍ଲାର ମୁଖ୍ୟ ଗୋଦାମ ବାରଙ୍ଗକୁ ପଠାଇ ଦିଆଯାଇଛି। ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରକ୍ରିୟା ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାରୁ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଉଭୟ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ, ପ୍ରାର୍ଥୀ, ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପୁଲିସ ବିଭାଗକୁ ନିଜର କୃତଜ୍ଞତା ଜଣାଇଛନ୍ତି।
କେଉଁ ପ୍ରାର୍ଥୀ କେତେ ଭୋଟ ପାଇଲେ
୮୯-ଆଠଗଡ଼
(୧) ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡି) – ୮୬୦୦୬ – ବିଜୟୀ
(୨) ଅଭୟ କୁମାର ବାରିକ (ବିଜେପି) – ୮୨୪୨୨ – ନିକଟତମ ପ୍ରତିଦ୍ୱନ୍ଦୀ
(୩) ସୁଦର୍ଶନ ସାହୁ (କଂଗ୍ରେସ) – ୨୪୦୫
(୪) ଦେବୀ ପ୍ରସାଦ ମହାପାତ୍ର (ଆପ୍) – ୩୫୨
(୫) ଗଣେଶ୍ୱର ସାହୁ (ବହୁଜନ ସମାଜ ପାର୍ଟି) – ୪୮୫
(୬) ଗଗନ ବିହାରୀ ରାଉତ (କେଏନପି) – ୧୨୧
(୭) ଦିବ୍ୟସଂହ ମିଶ୍ର (ସମୃଦ୍ଧ ଓଡ଼ିଶା) – ୧୨୫
(୮) ସନ୍ତୋଷ କୁମାର କର (ଏନ୍ଏପି) – ୨୦୪
(୯) ପ୍ରଚେତା ପରମାଣିକ (ଏସ୍ଜିପି) – ୧୫୫
(୧୦) ହରିହର ସାହୁ (ସ୍ୱାଧୀନ) – ୩୨୨
(୧୧) ବିଜୟ କୁମାର ପରିଡ଼ା (ସ୍ୱାଧୀନ) – ୨୪୬
(୧୨) ରାଜେନ୍ଦ୍ର କୁମାର ମହାନ୍ତି (ସ୍ୱାଧୀନ) – ୨୯୮
(୧୩) ନୋଟା – ୭୪୦
(୧୦୦ଖଣ୍ଡ ପୋଷ୍ଟାଲ ବ୍ୟାଲଟ ନାକଚ ହୋଇଛି)
୮୭-ବଡମ୍ବା
(୧) ବିଜୟ କୁମାର ଦଳବେହେରା (ସ୍ୱାଧୀନ) – ୮୬୦୧୮- ବିଜୟୀ
(୨) ଦେବୀ ପ୍ରସାଦ ମିଶ୍ର (ବିଜେଡି) – ୬୨୫୩୯ – ନିକଟତମ ପ୍ରତିଦ୍ୱନ୍ଦୀ
(୩) ସମ୍ବିତ ତ୍ରିପାଠୀ (ବିଜେପି) – ୩୦୭୫୫
(୪) ସଂଜୟ କୁମାର ସାହୁ(କଂଗ୍ରେସ) – ୨୧୫୩
(୫) କୈଳାସ ଚନ୍ଦ୍ର ନାୟକ (ସମୃଦ୍ଧ ଓଡ଼ିଶା) – ୩୫୫
(୬) ସରୋଜ କୁମାର କରଣ (କେଏନ୍ଏଫ) – ୩୮୦
(୭) ପ୍ରସାଦ କୁମାର ନାୟକ (ସ୍ୱାଧୀନ) – ୨୧୬
(୮) ମନୋରଞ୍ଜନ ବେହେରା (ସ୍ୱାଧୀନ) – ୩୭୬
(୯) ଯୁଗଳ କିଶୋର ରାଉତ (ସ୍ୱାଧୀନ) – ୩୮୯
(୧୦) ମନୋଜ କୁମାର ନନ୍ଦ(ସ୍ୱାଧୀନ) – ୭୯୮
(୧୧) ନୋଟା – ୯୬୬
(୧୬୫ଖଣ୍ଡ ପୋଷ୍ଟାଲ ବ୍ୟାଲଟ ନାକଚ ହୋଇଛି)
Comments are closed.