www.samajalive.in
Saturday, December 13, 2025
23.1 C
Bhubaneswar

କୋକସରାରେ ଝଡ ତୋଫାନ, ଗଛ ପଡି ରାସ୍ତା ଅବରୋଧ

ଲଡ଼ୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ମଧ୍ୟାହ୍ନ ପରେ ପରେ ଆରମ୍ଭ ହୋଇଯାଉଛି ଝଡ଼ ତୋଫାନ। ଏହାର ପ୍ରଭାବରେ କୋଉଠି ଗଛର ଡ଼ାଳ ଘର ଉପରେ ପଡୁଛି ତ ଆଉ କେଉଁଠି ବିରାଟକାୟ ଗଛ ଗୁଡ଼ିକ ଚେରରୁ ଉପୁଡ଼ି ରାସ୍ତା ଅବରୋଧ ହେଉଛି। ବୁଧବାର ଝଡତୋଫାନ ଯୋଗୁଁ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ନାନାଦି ସମସ୍ୟା ସୃଷ୍ଟି କରିଥିଲା। କାଳବୈଶାଖୀ ତାଣ୍ଡବରେ ମୋଟେର-ମୁଖିଗୁଡା ରାସ୍ତାର ଖଲିଆଭଟା କେନାଲ ଛକରେ ମଧ୍ୟ ଏକ ବିରାଟ ବରଗଛ ପଡି ରାସ୍ତା ଅବରୋଧ କରିଥିଲା। କିଛି ସମୟ ପାଇଁ ସେଠାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଆମପାଣି ଥାନାଧିକାରୀଙ୍କ କ୍ୱାଟର ଉପରେ ବିରାଟକାୟ ଗଛ ଚେରରୁ ଉପୁଡି ପଡ଼ିଥିଲା। ସୌଭାଗ୍ୟ ବଶତଃ ସମସ୍ତେ ବର୍ତ୍ତି ଯାଇଥିଲେ। ଖବର ପାଇ ଅଗ୍ନିଶମ ଓ ଜରୁରୀ ସେବା ବିଭାଗ କୋକସରାରୁ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ବାଗଙ୍କ ନେତୃତ୍ବରେ କର୍ମଚାରୀ ଦିଗାମ୍ବର ଶବର, ମନୋଜ ବିଶ୍ବାଳ, ରାଧେଶ୍ୟାମ ପ୍ରଧାନୀ, ବାସୁଦେବ ଭୋଇ ପ୍ରମୁଖ ଉଭୟ ସ୍ଥାନରୁ ଗଛକୁ ହଟାଇବା ପରେ ସ୍ଥିତି ସ୍ବଭାବିକ ହୋଇଥିବା ଜଣାପଡିଛି।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories