www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ବାଚିତ ସାଂସଦଙ୍କୁ ସ୍ୱାଗତ କରିବା ପାଇଁ ଲୋକସଭା ସଚିବାଳୟ ପ୍ରସ୍ତୁତ

ଡେସ୍କ: ଅଷ୍ଟାଦଶ ଲୋକସଭାର ସଦସ୍ୟମାନଙ୍କୁ ସ୍ୱାଗତ କରିବା ପାଇଁ ଲୋକସଭା ସଚିବାଳୟ ପ୍ରସ୍ତୁତ। ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସଦସ୍ୟମାନଙ୍କୁ ସ୍ୱାଗତ କରିବା ଏବଂ ସୁରୁଖୁରୁରେ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ସମୟ ସଞ୍ଚୟ ଏବଂ କାଗଜବିହୀନ ଡିଜିଟାଲ ପ୍ରକ୍ରିୟା ପାଇଁ ଅନଲାଇନ୍ ଇଣ୍ଟିଗ୍ରେଟେଡ୍ ସଫ୍ଟୱେୟାର ମାଧ୍ୟମରେ ନବନିର୍ବାଚିତ ସଦସ୍ୟଙ୍କ ପଞ୍ଜୀକରଣ କରାଯିବ। ଏସବିଆଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ସ୍ଥାୟୀ ପରିଚୟ ପତ୍ର ଏବଂ ନବନିର୍ବାଚିତ ସଦସ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା କାର୍ଡ ପ୍ରଦାନ ପାଇଁ ସଚିବାଳୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିଜେପିର ପ୍ରଦର୍ଶନକୁ ନେଇ କ’ଣ ଥିଲା ବିଶ୍ୱ ଗଣମାଧ୍ୟମରେ ପ୍ରତିକ୍ରିୟା

- Advertisement -

ଆଜିଠାରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଶନିବାର ଓ ରବିବାରକୁ ମିଶାଇ ପ୍ରତିଦିନ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ସଚିବାଳୟ ପ୍ରତ୍ୟେକ ସଂସଦ ସଦସ୍ୟଙ୍କୁ ଭାରତୀୟ ସମ୍ବିଧାନ, ନିୟମ ଏବଂ ନିର୍ଦ୍ଦେଶନାମା ଇତ୍ୟାଦି ସମ୍ବନ୍ଧୀୟ ଉପଯୋଗୀ ପ୍ରକାଶନର ନକଲ ଉପଲବ୍ଧ କରାଇବ। ବିମାନବନ୍ଦର ଏବଂ ରେଳ ଷ୍ଟେସନରେ ଗାଇଡ୍ ପୋଷ୍ଟ ସ୍ଥାପନ କରାଯାଇଛି। ଏହାବ୍ୟତୀତ ସେମାନଙ୍କ ଅସ୍ଥାୟୀ ରହିବା ବ୍ୟବସ୍ଥା କରାଯାଇଛି। ଏହାକୁ ଏକ ସଫ୍ଟୱେର ଆଧାରିତ କମ୍ପ୍ୟୁଟରୀକୃତ ସିଷ୍ଟମ ଜରିଆରେ ସଦସ୍ୟମାନଙ୍କୁ ଉପଲବ୍ଧ କରାଯିବ। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ମେଡିକାଲ ସେବା ସପ୍ତାହର ସାତ ଦିନ ୨୪ ଘଣ୍ଟିଆ କାର୍ଯ୍ୟ କରିବ।

ଏକ ପେଡ୍ ମା’ କେ ନାମ ଅଭିଯାନର ଶୁଭାରମ୍ଭ କଲେ ମୋଦୀ

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories