www.samajalive.in
Sunday, December 7, 2025
26.1 C
Bhubaneswar

କଣ୍ଟାବାଞ୍ଜିରେ ବିଜେଡି ଆଗୁଆ

ଟିଟିଲାଗଡ଼ :  ସାଧାରଣ ନିର୍ବାଚନ ନେଇ ସ୍ଥାନୀୟ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ  ଲୋକସଭା ପାଇଁ ମତ ଗଣନା ଚାଲିଛି।  ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ବିଏସଏଫ ଡ଼ିଏଭି କଲେଜରେ ମୁତୟନ ରହିଛନ୍ତି।  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଭାବରେ ନିର୍ବାଚନ ଲଢ଼ୁଥିବା ବେଳେ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀଙ୍କ ଠାରୁ ୧୫୬ ଭୋଟରେ ଆଗୁଆ ଅଛନ୍ତି ।  ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପିର ନବୀନ ଜୈନଙ୍କ ଠାରୁ ୫ମ ରାଉଣ୍ଡ ସୁଦ୍ଧା ୫୨୭୭ ଭୋଟରେ ଆଗୁଆ ଅଛନ୍ତି । ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୪ଟି ଟେବୁଲ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ  ୧୨ଟି ଟେବୁଲ ଏବଂ ଲୋକସଭା ମତଗଣନା ପାଇଁ ଦୁଇ ନିର୍ବାଚନ ମଣ୍ଡଳୀରେ ସମାନ ସଂଖ୍ୟକ ଟେବୁଲ ବ୍ୟବସ୍ଥା କରାଯାଇଛି ।  ଏନେଇ ସ୍ୱତନ୍ତ୍ର ଭାବରେ ନିଯୁକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସୋମବାରଠାରୁ ଟିଟିଲାଗଡ଼ ପହଞ୍ଚି ବ୍ୟବସ୍ଥା ତଦାରଖ କରିଛନ୍ତି ।  ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରିଟର୍ନିଙ୍ଗ ଅଧିକାରୀ ତଥା ଉପଜିଲାପାଳ ରେହାନ ଖତ୍ରୀ, କଣ୍ଟାବାଞ୍ଜି ନିର୍ବାଚନ. ମଣ୍ଡଳୀ ରିଟର୍ନିଙ୍ଗ ଅଧିକାରୀ ତଥା ବଲାଙ୍ଗୀର ଅତିରିକ୍ତ ଜିଲାପାଳ ପବିତ୍ର ବେହେରାଙ୍କ ତତ୍ୱାବଧାନରେ ସକାଳ 7ଟାରୁ ମତ ଗଣନା ଆରମ୍ଭ ହୋଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories