www.samajalive.in
Saturday, December 6, 2025
15.1 C
Bhubaneswar

ବାଣ ବିସ୍ଫୋରଣ ଘଟଣା : ସୁସ୍ଥ ହୋଇ ଫେରିଲେ ୯ଜଣ

ପୁରୀ  : ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସୁସ୍ଥ ହୋଇ ୯ଜଣ ଘରକୁ ଫେରିଛନ୍ତି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ୧୫ ବର୍ଷୀୟ ବଳରାମ ଦାସ ଓ ୨୪ ବର୍ଷୀୟ ମନମୋହନ ବେହେରାଙ୍କ ସମେତ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜ ହସ୍ପିଟାଲରୁ ୪୯ ବର୍ଷୀୟ ଶ୍ରୀଧର ରାଉତ ସୁସ୍ଥ ହୋଇ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ଆଉ ୬ଜଣ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି। ଚିକିତ୍ସାଧୀନ ଆହତଙ୍କ ଅବସ୍ଥା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ରଖାଯାଇଛି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାରଙ୍କ ପକ୍ଷରୁ ବହନ କରାଯାଉଛି। ମୃତକଙ୍କ ପରିବାରକୁ ସରକାରଙ୍କ ଘୋଷଣା ଅନୁଯାୟୀ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ତେବେ ଗୁରୁତର ଆହତ ଆଉ କିଛି ବ୍ୟକ୍ତି ଏବେ ଜିଲା ମୁଖ୍ୟ ଚିକିତ୍ସାଳୟ, କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ସମେତ ଦୁଇଟି ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଗାମୀ ୫ ତାରିଖ ଦିନ ଏହି ଘଟଣାର ତଦନ୍ତ କରାଯିବ। ସ୍ବତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ତଦନ୍ତ କରିବେ। ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ, ପୁଲିସ, ଅଗ୍ନିଶମ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିକାରୀଙ୍କଠାରୁ ସେ ତଥ୍ୟ ସଂଗ୍ରହ କରିବେ। ଏହାଛଡ଼ା ପ୍ରତ୍ୟକ୍ଷଦର୍ଶୀ, ମୃତାହତଙ୍କ ସମ୍ପର୍କୀୟ ଏବଂ ଆଗ୍ରହୀ ବ୍ୟକ୍ତି ତାଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅଭିଯୋଗ ଏବଂ ପ୍ରସ୍ତାବ ଦେଇ ପାରିବେ। ଏହାର ଦୁଇଦିନ ପୂର୍ବରୁ ସୋମବାର ପୁଲିସ ଦୁଇଜଣ ବାଣ ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। କେଉଁ ପରିସ୍ଥିତିରେ ବାଣ ବିସ୍ଫୋରଣ ହେଲା ଏବଂ ବାଣ ଫୁଟାଇବା ପାଇଁ କିଏ ନିୟୋଜିତ କରିଥିଲା ସେଥିନେଇ ତଦନ୍ତ କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories