ଭୁବନେଶ୍ୱର: ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ଏଠାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ରହିଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି। ସେହିପରି ବରଗଡ ଲୋକସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ରହିଛନ୍ତି। ଝାରସୁଗୁଡା ବିଧାନସଭା ଆସନରେ ବିଜେଡି ଆଗୁଆ ରହିଛି। ଏଠାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗୁଆ ରହିଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି। ପୁରୀ ବିଧାନସଭା ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ଜୟଙ୍ଗ ଷଡଙ୍ଗୀ ଆଗୁଆ ରହିଥିବା ସୂଚନା ମିଳିଛି।



